Categories: ଜାତୀୟ

ମାଡିଆସୁଛି ‘ବୁରେଭି’

ଚେନ୍ନାଇ/ଥିରୁଅନନ୍ତପୁରମ,୪।୧୨: ବଙ୍ଗୋପସାଗରରୁ ଉଠିଥିବା ସାମୁଦ୍ରିକ ଝଡ଼ ‘ବୁରେଭି’ ବୁରେଭି ଦୁର୍ବଳ ହୋଇ ଏକ ନିମ୍ନ ଚାପରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଡିସେମ୍ବର ୪ ସକାଳେ ବୁରେଭି ତାମିଲନାଡୁ ଉପକୂଳ ପାର ହେବ। ବୁରେଭି ଦୃଷ୍ଟିରେ ରଖି ଆଜି ସମଗ୍ର କେରଳରେ ହାଇ ଆଲର୍ଟ ସହିତ ଛୁଟି ଘୋଷଣା କରାଯାଇଛି। ଥିରୁଅନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦର ସକାଳ ୧୦ଟାରୁ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜଣାପଡ଼ିଛି। ବୁରେଭି ପ୍ରଭାବରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ତେବେ ଗୁରୁବାର ପାଖରେ ତାମିଲନାଡୁ, ପୁଡୁଚେରୀ ଆଦିରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିବା ସୂଚନା ରହିଛି। ଏହାକୁ ନଜରରେ ରଖି ତାମିଲନାଡୁର ୬ଟି ଜିଲା ଏବଂ କେରଳର ୫ ଜିଲ୍ଲାକୁ ଛୁଟି ଘୋଷଣା କରିଛନ୍ତି ସଂପୃକ୍ତ ରାଜ୍ୟ ସରକାର। ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ସମସ୍ତ ପ୍ରକାର ସହଯୋଗ ପାଇଁ ପ୍ରତିଶୃତି ଦେଇଛନ୍ତି।

Share