ବ୍ରାଜିଲରେ ସାଇକ୍ଲୋନିକ ଝଡ: ୪ ମୃତ

ବ୍ରାସିଲିଆ,୫।୯: ଦକ୍ଷିଣ ବ୍ରାଜିଲର ରିଓ ଗ୍ରାଣ୍ଡେ ଡୋ ସୁଲରେ ସାଇକ୍ଲୋନିକ ଯୋଗୁ ବନ୍ୟା ଓ ଭୂସ୍ଖଳନରେ ଅତି କମରେୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ସୋମବାର ଘୂର୍ଣ୍ଣିବଳୟ ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ଜଣେ ବ୍ୟକ୍ତି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ତିନି ଜଣ ବନ୍ୟା ଜଳରେ ଭାସି ଯାଇଥିବା ଜଣାପଡିଛି।

ରିପୋର୍ଟ ଅନୁଯାୟୀ, ଆର୍ଜେଣ୍ଟିନା ଏବଂ ଉରୁଗୁଏ ସୀମାବର୍ତ୍ତୀ ରାଜ୍ୟର ୧୫ରୁ ଅଧିକ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

Share