ମାଡି ଆସୁଛି ବାତ୍ୟା: ଚାଷକୁ ନେଇ ଛାନିଆ ହେଲେଣି ଲୋକେ, କହିଲେ ଆମେ ବଞ୍ଚିବୁ କିପରି

ଭୁବନେଶ୍ୱର,୨୧।୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଛାନିଆ ହୋଇ ଗଲେଣି ଲୋକେ। ବର୍ଷା, ପବନରେ ଧାନ ଯିବ, ପାନ ବି ଯିବ, ଆମେ ବଞ୍ଚିବୁ କିପରି ବୋଲି ସୋମବାର ଅସ୍ତରଙ୍ଗ ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି। ବାତ୍ୟାକୁ ନେଇ ଅଞ୍ଚଳବାସୀ ଭୟ ଆଶଙ୍କାରେ ରହିଥିବା ବେଳେ ଗଣମାଧ୍ୟମକୁ କହିବା ବେଳେ ଆଖିରୁ ଲୁହ ଆସି ଯାଉଥିବା ଦେଖିବାକୁ ମିଳିଛି।

ଅନ୍ୟପକ୍ଷେ ସୋମବାର ଅପରାହ୍ନରେ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ବଠକରେ ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ସରକାର ପ୍ରସ୍ତୁତ ରହିଥିବା କୁହାଯାଉଛି। ଲୋକଙ୍କୁ ଭୟଭୀତ ନ ହେବାକୁ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓ ପୁରୀ ଏବଂ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ବାତ୍ୟା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲାଗୁଡିକ ସହିତ କିଛି ଆଭ୍ୟନ୍ତରୀଣ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କି.ମି. ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସନ୍ଧ୍ୟାରୁ ବଦଳିବ ପାଗ: ନିର୍ଧୁମ ଛେଚିବ

ଭୁବନେଶ୍ୱର,୨୩।୧୦: ବାତ୍ୟା ଦାନାର ପ୍ରଭାବରେ ଆଜି ସନ୍ଧା୍ୟା ପରଠୁ ଉପକୂଳବର୍ତ୍ତୀ ଜିଲାରେ ପ୍ରବଳ ବର୍ଷିବ। ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।...

ପୂର୍ବ ଶତ୍ରୁତାରୁ ଆକ୍ରମଣ, ୨ ଗୁରୁତର

ଭଦ୍ରକ, ୨୩।୧୦(ସନାତନ ରାଉତ): ଭଦ୍ରକ ଜିଲା ଆଗରପଡା ଥାନା ଅନ୍ତର୍ଗତ ବଡ ମହିଷଗୋଠ ଗ୍ରାମରେ ପୂର୍ବ ଶତ୍ରୁତାରୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗ୍ରାମର...

ଏହି ସ୍ଥାନରେ ଲ୍ୟାଣ୍ଡଫଲ୍‌ କରିବ ‘ଦାନା’! ୩ ବନ୍ଦରକୁ ୪ନଂ ବିପଦ ସଙ୍କେତ

ଭୁବନେଶ୍ୱର,୨୩।୧୦: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ‘ଦାନା’ର ରୂପ ନେବ। ଏହା କ୍ରମଶଃ ବଳ ଗୋଟାଇ ୨୪ ତାରିଖ...

ଖଣିରୁ ବେଆଇନ ପଥର ଚୋରାଚାଲାଣ

କେନ୍ଦୁଝର,୨୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଷିପୁରା ତହସିଲ ଅନ୍ତର୍ଗତ ନୂଆବରିପାଳ, ଓସ୍ତପୁରା ଓ ଭୋଳନୂଆଗାଁ ପଥର ଖଣିରେ ବେଆଇନଭାବେ ପଥର ଚୋରାଚାଲାଣ ହେଉଛି। ନୀତିନିୟମ,...

କଳାବଜାରୀ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଚଢ଼ାଉ

ଭଦ୍ରକ, ୨୩।୧୦(ସନାତନ ରାଉତ)- ସମ୍ଭାବ୍ୟ ବାତ୍ୟା ପାଇଁ ଆଳୁ, ପିଆଜ, ପରିବା ଦରରେ କଳାବଜାରୀ ଓ ଚଢ଼ା ଦରରେ ବିକ୍ରି ରୋକିବା ପାଇଁ ପ୍ରଶାସନ ପକ୍ଷରୁ...

ହିତାଧିକାରୀଙ୍କ ଇ-କଓ୍ବୋଇସି କରିବାକୁ ସୁରଟ ଯାଇଥିଲେ ଯୋଗାଣ ସହାୟକ: ପଡ଼ିଲା ଭାରି ମହଙ୍ଗା, ଆଇଲା ବେଳକୁ ନାହିଁ

ବୁଗୁଡ଼ା,୨୩।୧୦(କାଳିଚରଣ ଦାଶ): କୌଣସି ଅନୁମତି ନ ନେଇ ହିତାଧିକାରୀମାନଙ୍କ ଇ-କେୱାଇସି କରିବା ପାଇଁ ମେଶିନ ଧରି ସୁରଟ ଯାଇଥିବା ବୁଗୁଡ଼ା ବ୍ଲକ ଭାମଶ୍ୟାଳି ପଞ୍ଚାୟତର ଯୋଗାଣ...

ବାତ୍ୟାର ପ୍ରକୋପ ଏହି ଜିଲାରେ ପଡ଼ିବ ବେଶୀ : ୭ ଜିଲାରେ ଭୟଙ୍କର ସ୍ଥିତି, ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୩।୧୦: ସୃଷ୍ଟି ହେଲା ବାତ୍ୟା। । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଦାନା’। ଗଭୀର ଅବପାତ ବାତ୍ୟାର ରୂପ ନେଇଥିବା ସୂଚନା ମିଳିଛି।...

ଜୀବନଜୀବିକା ହେବ ସହଜ, ଶହ ଶହ ହେକ୍ଟର ଜମିକୁ ସେଚନ ବ୍ୟବସ୍ଥା

ଦାରିଙ୍ଗବାଡି,୨୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମାତ୍ର ୧୦ ପ୍ରତିଶତ ଜଳ ସେଚିତ ଜମି ରହିଛି। ଭୌଗୋଳିକ ସ୍ଥିତି ଦେଖିଲେ ପାହାଡିଆ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri