ବାତ୍ୟା ବେଳେ ପାୱାର୍‌ କଟ ହେବ କି ନାହିଁ: ଶକ୍ତି ସଚିବ ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୨୨।୧୦: ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତିକୁ ନେଇ ଶକ୍ତି ସଚିବ ବଡ଼ ସୂଚନା ଦେଇଛନ୍ତି। ଶକ୍ତି ସଚିବ କହିଛନ୍ତି, ବିତରଣ କମ୍ପାନୀ ସ୍ତରରେ ୨ଟି କଣ୍ଟ୍ରୋଲ ରୁମ ଖୋଲାଯାଇଛି। ୧୦ ହଜାର ଷ୍ଟାଫ, ୮ ହଜାର ପୋଲ, ୫୦୦ ଟ୍ରାନ୍ସଫର୍ମର ରହିଛି। ୩୦୦ କିମି କଣ୍ଡକ୍ଟର ଓ କେବୁଲର ବ୍ୟବସ୍ଥା କରାଯାଇଛି।ହସ୍ପିଟାଲରେ ପାଣି ଓ ବିଦ୍ୟୁତ୍‌ ସେବା ଯୋଗାଣକୁ ଗୁରୁତ୍ୱ ଦିଆଯାଉଛି। ଡିଜେଲ ଜେନେରେଟର ପ୍ରସ୍ତୁତ ରହିଛି ଏବଂ ବଡ଼ ଜେନେରେଟର ଅଣାଯିବ। ଦୁର୍ଘଟଣା ରୋକିବାକୁ ପାୱାର କଟ ମଧ୍ୟ କରାଯିବ। ପବନର ବେଗ ବଢ଼ିଲେ ବି ପାୱାର୍‌ କଟ ହେବ ବୋଲି ଶକ୍ତି ସଚିବ କହିଛନ୍ତି।

ସମୁଦ୍ରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ଆସନ୍ତାକାଲି ବାତ୍ୟାର ରୂପ ନେବ। ପରେ ଭୀଷଣ ବାତ୍ୟାରେ ପରିଣତ ହୋଇ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସହ ପବନ ହେବ। ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୧୦ କି.ମି ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥିସହ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓ ଉପକୂଳରେ ଆଜି ରାତିଠୁ ପବନର ବେଗ ବଢିବ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଦାନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ବିଧାୟକମାନେ…

ଭୁବନେଶ୍ୱର,୨୨।୧୦: ସମୁଦ୍ର ଭିତରେ ବଳ ଗୋଟାଇ ୭ କିମି ବେଗରେ ମାଡି ଆସୁଛି ବାତ୍ୟା ଦାନା। ବାତ୍ୟା ଦାନାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତ...

ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ, କାଲି ସ୍ଥାନାନ୍ତର ହେବେ ଲୋକେ: ମନ୍ତ୍ରୀ

ଭୁବନେଶ୍ୱର,୨୨।୧୦: ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ଏହାର ମୁକାବିଲାକୁ ରାଜ୍ୟ ସରକାର ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି। ତେବେ ଏହାର ପ୍ରସ୍ତୁତି...

ମଝିରାତିରେ ଲ୍ୟାଣ୍ଡଫଲ୍‌! ୭ କିମି ବେଗରେ ମାଡି ଆସୁଛି…

ଭୁବନେଶ୍ୱର,୨୨।୧୦: ମାଡିଆସୁଛି ଦାନା। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଥିଲା। ଏବେ ତାହା...

Featured Video Play Icon

ଡରାଇଲା ନୂଆ ମଡେଲ! ଏଇଠି ଲ୍ୟାଣ୍ଡଫଲ୍‌ ହେଲେ ସବୁ ସରିଲା…

ଓଡିଶାରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ଦାନା। ପୁରୀରୁ ପାରାଦୀପ ମଧ୍ୟରେ ଛୁଇଁପାରେ ସ୍ଥଳଭାଗ। ଏନେଇ ବିଭିନ୍ନ ଆନ୍ତର୍ଜାତିକ ମଡେଲ ଆକଳନ କରିଛି ।ବାତ୍ୟା ଲ୍ୟାଣ୍ଡଫଲ୍ କରିବା...

ବାତ୍ୟା ପରିଚାଳନା କାର୍ଯ୍ୟରେ ନିୟୋଜିତ ହେବେ ଶିକ୍ଷୟିତ୍ରୀ-ଶିକ୍ଷକ, ଛୁଟି ହେଲା ବାତିଲ୍‌

ଭୁବନେଶ୍ୱର,୨୨।୧୦: ଓଡ଼ିଶାକୁ ସମ୍ଭାବ୍ୟ ବାତ୍ୟା ‘ଦାନା’ ଭୟ। ବେଳକୁ ବେଳ ଉପକୂଳ ମୁହାଁ ହେଉଥିବା ଯୋଗୁ ରାଜ୍ୟ ସରକାର ପୂର୍ବ ପ୍ରସ୍ତୁତି ଚଳାଇଛନ୍ତି। ଏହି କ୍ରମରେ...

Featured Video Play Icon

ବାତ୍ୟା ପୂର୍ବରୁ ଆଳୁ ଗାଏବ୍‌

ସମ୍ଭାବ୍ୟ ବାତ୍ୟା ଦାନା ପୂର୍ବରୁ ଜଟଣୀ ପରିବା ବଜାରରୁ ଆଳୁ ଉଭାନ । ଯେଉଁ କିଛି ଆଳୁ ମହଜୁଦ ରହିଛି ଚଡ଼ା ଦରରେ ବିକ୍ରି କରୁଛନ୍ତି...

ଆଇପିଏସ୍‌ ଲଳିତ ଦାସ ହେଲେ OSSSC ଅଧ୍ୟକ୍ଷ

ଭୁବନେଶ୍ୱର,୨୨।୧୦: ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସଙ୍କୁ ନୂଆ ଦାୟିତ୍ୱ ମିଳିଛି। ସେ ଓଡ଼ିଶା ସବ୍‌ ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ(ଓଏସ୍‌ଏସ୍‌ଏସ୍‌ସି) ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କ...

ବଡ଼ ବାତ୍ୟା! ୬ ଆଇଏଏସଙ୍କୁ ବଡ଼ ଦାୟିତ୍ୱ ଦେଲେ ସରକାର

ଭୁବନେଶ୍ୱର,୨୨।୧୦: ମାଡି ଆସୁଛି ବାତ୍ୟା ‘ଦାନା’। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri