Categories: ଜାତୀୟ

ସାଇକ୍ଲୋନ ବିପର୍ଯ୍ୟୟ: ୨ଜଣଙ୍କର ମୃତ୍ୟୁ, ୯୪୦ରୁ ଅଧିକ ଗାଁ ଅନ୍ଧାରରେ ବୁଡିଛି

ଗାନ୍ଧୀନଗର,୧୬।୬: ଆରବସାଗରରେ ସୃଷ୍ଟି ଅତି ଭୀଷଣ ବାତ୍ୟା ବିପର୍ଯ୍ୟୟ ଗୁରୁବାର ରାତିସାରା ନିଜର କରାଳ ରୂପ ଦେଖାଇଛି। ଦ୍ୱାରକା ଏବଂ ମୋର୍ବିରେ ବହୁ ସଂଖ୍ୟକ ଗଛ ଉପୁଡି ପଡିଛି। ବହୁ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଡ ଭାଙ୍ଗିଯିବା ଯୋଗୁ ଗୁଜରାଟରେ ୯୪୦ରୁ ଅଧିକ ଗାଁରେ ବିଦ୍ୟୁତ୍‌ ସରବରାହ ଠପ୍‌ ହୋଇଯାଇଛି।
ପ୍ରବଳ ବର୍ଷା ଏବଂ ପବନ ଯୋଗୁ ୨୩ପ୍ରାଣୀଙ୍କ ମୃତ୍ୟୁ ହେବାର ସୂଚନା ମିଳିଛି। ଏପର୍ଯ୍ୟନ୍ତ ସମୁଦାୟ ୫୨୪ଟି ଗଛ ଉପୁଡି ପଡିି ୨୨ଜଣ ଲୋକ ଆହତ ହୋଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସିପଯ କଥାବାର୍ତ୍ତା ହୋଇଛନ୍ତି। ସେ ବାତ୍ୟା ପ୍ରଭାବିତ ଅଞ୍ଚଳ ବିଷୟରେ ପଚାରିବୁଝିିଥିଲେ।
ପବନ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ୧ଲକ୍ଷରୁ ଅଧିକ ଲୋକଙ୍କୁ ୮ଟି ଉପକୂଳବର୍ତ୍ତୀ ଜିଲାର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପଶ୍ଚିମ ଜୋନ୍‌ର ୭୬ଟି ଟ୍ରେନକୁ ବାତିଲ କରଯାଇଛି।

Share