Categories: ଜାତୀୟ

ବାତ୍ୟା ବିପର୍ଯ୍ୟୟ: ୩୭ ହଜାର ଲୋକ ସ୍ଥାନାନ୍ତର, ୯୫ ଟ୍ରେନ ବାତିଲ…

ଅହମଦାବାଦ/ମୁମ୍ବାଇ,୧୪।୬ : ସାଇକ୍ଲୋନିକ ଝଡ ବିପର୍ଯ୍ୟୟ ବର୍ତ୍ତମାନ ଉପକୂଳବର୍ତ୍ତୀ ଅଞ୍ଚଳ ଆଡକୁ ଗତି କରୁଛି। ଗୁଜରାଟ ଏବଂ ମହାରାଷ୍ଟ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଉଭୟ ରାଜ୍ୟରେ ସମୁଦ୍ରରେ ଉଚ୍ଚ ଜୁଆର ବୃଦ୍ଧି ପାଉଛି। ପାଣିପାଗ ବିଭାଗ କହିଛି ଜୁନ ୧୫ରେ ଝଡ଼ର ପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିବ। ସତର୍କତା ଅନୁଯାୟୀ ରେଳବାଇ ୯୫ ଟି ଟ୍ରେନକୁ ବାତିଲ କରିଦେଇଛି।

ପଶ୍ଚିମ ରେଳବାଇ କହିଛି ଏହି ଟ୍ରେନଗୁଡିକ ଜୁନ ୧୫ ପର୍ଯ୍ୟନ୍ତ ବାତିଲ ରହିବ। ଏପର୍ଯ୍ୟନ୍ତ ୩୭ ହଜାରରୁ ଅଧିକ ଲୋକଙ୍କୁ ଗୁଜରାଟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

Share