Categories: ଜାତୀୟ

ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ‘ଫନୀ’

ନୂଆଦିଲ୍ଲୀ,୨୯।୪: ଆଇଏମ୍‌ଡିର ସୂଚନା ଅନୁଯାୟୀ ଘୂର୍ଣ୍ଣିଝଡ଼ ‘ଫନୀ’ ଅଧିକ ଘନିଭୁତ ହୋଇ ୩୦ ତାରିଖ ସୁଦ୍ଧା ଓଡ଼ିଶା ଉପକୂଳ ଛୁଇଁବ। ମେ ୧ ସୁଦ୍ଧା ଏହା ଉତ୍ତର-ପୂର୍ବ ଓ ଉତ୍ତର-ପଶ୍ଚିମକୁ ଗତି କରିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ପୂର୍ବରୁ ଏହା ତାମିଲନାଡୁ ଉପକୂଳରେ ଲ୍ୟାଣ୍ଡ ଫଲ୍‌ କରିବା ଅନୁମାନ କରାଯାଉଥିବା ବେଳେ ଏବେ ଏହାର ଗତିପଥ ଅନୁଯାୟୀ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡ ଫଲ୍‌ କରିବ ବୋଲି ଅନୁମାନ କରାଯାଉଛି। ଏହାର ପ୍ରଭାବରେ କେରଳରେ ଅଧିକ ପରିମାଣରେ ବର୍ଷା ଓ ପବନ ହେବାର ସମ୍ଭାବନା ଥିବାରୁ ଏହାର ୫ ଜିଲାରେ ୟେଲୋ ଆଲର୍ଟ କରାଯାଇଛି। ଯଦି ଏହା ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ତେବେ ଏହାର ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ।

Share