ନ୍ୟୁଜିଲାଣ୍ଡରେ ଗାବ୍ରିଏଲ ଘୁର୍ଣ୍ଣିବାତ୍ୟାରେ ୧୧ ମୃତ, ହଜାର ହଜାର ନିଖୋଜ

ୱେଲିଂଟନ,୨୦ ।୨: ନ୍ୟୁଜିଲାଣ୍ଡରେ ରବିବାର ଆସିଥିବା ଗାବ୍ରିଏଲ ଘୂର୍ଣ୍ଣିବାତ୍ୟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ଏବେବି ହଜାର ହଜାର ଲୋକ ନିଖୋଜ ଥିବା କୁହାଯାଉଛି । ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିସ ହିପକିଂସ ଗାବ୍ରିଏଲ ଘୁର୍ଣ୍ଣିବାତ୍ୟାକୁ ଚଳିତ ଶତାବ୍ଦିର ସବୁଠାରୁ ବଡ ପ୍ରାକୃତିକ ବିପଦ ବୋଲି ଘୋଷଣା କରିଛନ୍ତି । ଏହାସହ ନିଖୋଜ ଥିବା ଲୋକଙ୍କୁ ଯୁଦ୍ଧ କାଳିନ ଭିତ୍ତିରେ ଖୋଜା ଚାଲିଛି । ସୂଚନାଯୋଗ୍ୟ, ଗତ ସପ୍ତାହ ୧୨ ଫେବୃୟାରୀରେ ନ୍ୟୁଜିଲାଣ୍ଡର ଉତ୍ତର ଭାଗରେ ଆସିଥିବା ଘୂର୍ଣ୍ଣିବାତ୍ୟାରେ ଲକ୍ଷ ଲକ୍ଷ ଘରର ବିଜୁଳି ଚାଲି ଯାଇଥିଲା । ପୋଲିସର ସୂଚନା ଅନୁଯାୟୀ, ୫,୬୦୮ରୁ ଅଧିକ ଲୋକ ନିଖୋଜ ହୋଇଯାଇଥିଲେ ମଧ୍ୟ ଏମାନଙ୍କ ମଧ୍ୟରୁ ୧,୧୯୬ ଜଣ ନିଜେ ନିଜକୁ ସୁରକ୍ଷିତ ଭାବେ ବଞ୍ଚାଇ ନେଇଥିଲେ ।

Share