Categories: ରାଜ୍ୟ

ଉପକୂଳ ଆଡ଼କୁ ମାଡ଼ି ଆସୁଛି ‘ଗୁଲାବ’: ସନ୍ଧ୍ୟା ୬ରୁ ଲ୍ୟାଣ୍ଡଫଲ୍‌

ଭୁବନେଶ୍ୱର,୨୬।୯(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ ଏବେ ଉପକୂଳମୁହାଁ। ରବିବାର ସନ୍ଧ୍ୟା ୫ଟା ସୁଦ୍ଧା ଏହା ଗୋପାଳପୁରଠାରୁ ୯୫ କିମି ଏବଂ ଆନ୍ଧ୍ରର କଳିଙ୍ଗପଟ୍ଟନମଠାରୁ ୮୫ କିମି ଦୂରରେ ରହିଛି। ଏବେ ଘଣ୍ଟା ପ୍ରତି ୨୫ କିମି ବେଗରେ ଏହା ଗତି କରୁଛି।

ସନ୍ଧ୍ୟା ୬ଟାରୁ ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ। ଏହାପରେ ମଧ୍ୟରାତ୍ରୀ ସୁଦ୍ଧା ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଝିରେ ଏହା ଲ୍ୟାଣ୍ଡଫଲ କରିବ। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିମି ରହିବ। ଏହା ବଢ଼ି ଅତିବେଶୀରେ ୯୫ କିମିରେ ପହଞ୍ଚିବ ବୋଲି ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି।

Share