ଦକ୍ଷିଣ ବ୍ରାଜିଲରେ ଘୂର୍ଣ୍ଣିବଳୟ: ମୃତ୍ୟୁ ସଂଖ୍ୟା ୩୬ ଛୁଇଁଲା..

ବ୍ରାସିଲିଆ,୭।୯: ଦକ୍ଷିଣ ବ୍ରାଜିଲରେ ପ୍ରବଳ ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ୩୬ କୁ ବୃଦ୍ଧି ପାଇଛି। ଏକ ଟ୍ରପିକାଲ ସାଇକ୍ଲୋନିକ ଏହି ଅଞ୍ଚଳକୁ ଧ୍ୱଂସ କରିଦେଇଛି, ଘୂର୍ଣ୍ଣିବଳୟ ଯୋଗୁଁ ଘରଗୁଡିକ ଜଳବନ୍ଦୀ ହୋଇ ରହିଛି।

ରିଓ ଗ୍ରାଣ୍ଡେ ଡୋ ସୁଲ ରାଜ୍ୟର ଛୋଟ ସହର ମୁକୁମରେ ବନ୍ୟା ଜଳ ରାସ୍ତାକୁ ଜଳମଗ୍ନ କରିଛି। ଘରଗୁଡ଼ିକରେ ବୁଡ଼ି ରହିଛି ବୋଲି ରଏଟର୍ସ ନ୍ୟୁଜ ଏଜେନ୍ସି ରିପୋର୍ଟ କରିଛି। ଲାଜେଡୋ ଏବଂ ରୋକା ନିକଟ ସହରଗୁଡିକ ମଧ୍ୟ ପ୍ରଭାବିତ ହୋଇଛି।

Share