ଚେନ୍ନାଇ, ୯।୧୨:ବାତ୍ୟା ମାଣ୍ଡୋସ କାରଣରୁ ତାମିଲନାଡୁର ୬ ଜିଲାର ସମସ୍ତ ସ୍କୁଲ ଓ କଲେଜକୁ ସରକାର ବନ୍ଦ ଘୋଷଣା କରିଛନ୍ତି। ବାତ୍ୟା ପ୍ରଭାବରେ ଚେନ୍ନାଇ, ଥିରୁଭାଲ୍ଲୁର, ଚେଙ୍ଗାଲପାଟ୍ଟୁ , କାଞ୍ଚିପୁରମ, ଭେଲୋର ଏବଂ ରାନିପେଟାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଶୁକ୍ରବାର ମଧ୍ୟରାତ୍ରରେ ମାଣ୍ଡୋସ ପୁଡ଼ୁଚେରୀ ଓ ଶ୍ରୀହରିକୋଟା ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟା ଯୋଗୁ ଘଣ୍ଟା ପ୍ରତି ୮୫ କି.ମି. ବେଗରେ ପବନ ବୋହିବ। ତଳିଆ ଅଞ୍ଚଳବାସୀଙ୍କ ଥଇଥାନ, ରିଲିଫ ଓ ବିପର୍ଯ୍ୟୟର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।