ଚେନ୍ନାଇ,୮।୧୨: ସମ୍ଭାବ୍ୟ ବାତ୍ୟା ମାଣ୍ଡୋସକୁ ନେଇ ତାମିଲନାଡୁର ୬ଟି ଜିଲାର ସମସ୍ତ ସ୍କୁଲ ଓ କଲେଜକୁ ସରକାର ବନ୍ଦ ଘୋଷଣା କରିଛନ୍ତି। ବାତ୍ୟା ପ୍ରଭାବରେ ଚେନ୍ନାଇ, ଥିରୁଭାଲ୍ଲୁର, ଚେଙ୍ଗାଲପାଟ୍ଟୁ , କାଞ୍ଚିପୁରମ, ଭେଲୋର ଏବଂ ରାନିପେଟାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି।
ଶୁକ୍ରବାର ମଧ୍ୟରାତ୍ରରେ ମାଣ୍ଡୋସ ପୁଡ଼ୁଚେରୀ ଓ ଶ୍ରୀହରିକୋଟା ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟା ଯୋଗୁ ଘଣ୍ଟା ପ୍ରତି ୮୫ କି.ମି. ବେଗରେ ପବନ ବୋହିବା ସାଙ୍ଗକୁ ପ୍ରବଳ ବର୍ଷା ହେବା ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ତଳିଆ ଅଞ୍ଚଳବାସୀଙ୍କ ଥଇଥାନଏବଂ ରିଲିଫ ଓ ବିପର୍ଯ୍ୟୟର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।