Categories: ରାଜ୍ୟ

୫ ଡିସେମ୍ବରରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ମିଗଜୋମ’, ଓଡ଼ିଶାର କିଛି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୩।୧୨: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ତୀବ୍ର ଅବପାତ ରବିବାର ବାତ୍ୟାରେ ପରିଣତ ହୋଇଛି । ସୋମବାର ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନିଲୋର ଓ ମଚ୍ଛଲୀପଟ୍ଟନମ୍‌‌ ଦେଇ ୫ ଡିସେମ୍ବର ଅପରାହ୍ଣ ସୁଦ୍ଧା ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରବିବାର ଅପରାହ୍ନ ସୁଦ୍ଧା ଏହା ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୧କିମି ବେଗରେ ଅଗ୍ରସର ହେଉଛି। ପୁଡୁଚେରୀ ଠାରୁ ପ୍ରାୟ ୨୫୦କିମି କିଲୋମିଟର ପୂର୍ବ, ଚେନ୍ନାଇର ଠାରୁ ୨୩୦କିମି ପୂର୍ବ-ଦକ୍ଷିଣ ପୂର୍ବର ଅଗ୍ରସର ହେଉଛି।

ଭୀଷଣ ବାତ୍ୟା ଭାବେ ମିଗଜୋମ ସ୍ଥଳଭାଗ ଅତିକ୍ରମ କରିବା ସମୟରେ ସର୍ବାଧିକ ସ୍ଥାୟୀ ପବନ ବେଗ ଘଣ୍ଟା ପ୍ରତି ବେଗ ୯୦ ରୁ ୧୦୦ କିମି ତଥା ଝଟକା ପବନ ୧୧୦ କିମି ବେଗରେ ବହିବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସକ୍ରିୟ ବାତ୍ୟାକୁ ଲକ୍ଷ୍ୟ କରି ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦରଗୁଡିକ ପାଇଁ ଦୁଇ ନମ୍ବର ବିପଦ ସଂକେତ ଜାରି କରାଯାଇଛି।