Categories: ଜାତୀୟ

ଡିସେମ୍ବର ୫ରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମିଚୌଙ୍ଗ’

ବିଶାଖଶାପାଟନା,୨।୧୨: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ନିମ୍ନ ଚାପ ଅଞ୍ଚଳ ପରେ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆଇଏମଡି ଅନୁଯାୟୀ, ଡିସେମ୍ବର ୫ରେ ଆନ୍ଧ୍ରପ୍ରଦେଶର ଉପକୂଳରେ ଘୂର୍ଣ୍ଣିଝଡ଼ ମିଚୌଙ୍ଗ ଆସିବ, ଯେଉଁ କାରଣରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ପବନ ଓ ପ୍ରବଳ ବର୍ଷା ହେବାର ସମ୍ଭାନା ରହିଛି।
ଏହି ଘୂର୍ଣ୍ଣିବଳୟକୁ ଦୃଷ୍ଟିରେ ରଖି ଜାତୀୟ ସଙ୍କଟ ପରିଚାଳନା କମିଟି (ଏନସିଏମସି) ଶୁକ୍ରବାର ରାଜ୍ୟ ସରକାର ଏବଂ କେନ୍ଦ୍ର ମନ୍ତ୍ରଣାଳୟ ଏବଂ ବିଭାଗ ମଧ୍ୟରେ ଉତ୍ତମ ସମନ୍ବୟ ପାଇଁ ପ୍ରସ୍ତୁତି ସମୀକ୍ଷା କରିଛି। ସୂଚନା ଅନୁଯାୟୀ, ପର୍ଯ୍ୟାପ୍ତ ସଂଖ୍ୟକ ଆଶ୍ରୟସ୍ଥଳ, ବିଦ୍ୟୁତ ଯୋଗାଣ, ଔଷଧ ଏବଂ ଜରୁରୀକାଳୀନ ସେବା ପ୍ରସ୍ତୁତ ଥିବାବେଳେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ କୁହାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଛି।

Share