Categories: ଜାତୀୟ

ସ୍ଥଳଭାଗ ଛୁଇଁଲା ବାତ୍ୟା ‘ମିଗଜୋମ’: ୯୦ରୁ ୧୧୦ କି.ମି. ମଧ୍ୟରେ ବୋହୁଛି ପବନ

ହାଇଦ୍ରାବାଦ୍‌,୫।୧୨: ବାତ୍ୟା ‘ମିଗଜୋମ’ ଭୀଷଣ ରୂପ ନେଇ ଦକ୍ଷିଣ ଆନ୍ଧ୍ର ଉପକୂଳ ନେଲୋର ଏବଂ ମଚ୍ଛଲିପଟନମରେ ସ୍ଥଳଭାଗ ଛୁଇଁଛି। ସ୍ଥଳଭାଗ ଛୁଇଁବା ପରେ ବାତ୍ୟାର ବେଗ ଘଣ୍ଟା ପ୍ରତି ୯୦ରୁ ୧୧୦ କି.ମି. ମଧ୍ୟରେ ରହିଛି। ଆଜି ମଧ୍ୟରାତ୍ର ବେଳକୁ ବାତ୍ୟା ଦୁର୍ବଳ ହୋଇଯିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେଉଛି। ରାସ୍ତାଘାଟ ଜଳାର୍ଣ୍ଣବ ହୋଇପଡିଛି। ଏହି ବାତ୍ୟାରେ ଏପର୍ଯ୍ୟନ୍ତ ୮ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ‘ମିଗଜୋମ’ର ପ୍ରଭାବ ଓଡ଼ିଶାରେ ସେତେଟା ପଡି ନ ଥିଲେ ମଧ୍ୟ କେତେକ ଜିଲାରେ ମଧ୍ୟ ବର୍ଷା ଲାଗି ରହିଛି।
ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀରେ ୨୧ଟି ଟିମ ନିୟୋଜିତ କରିଛି। ମିଗ୍‌ଜୋମକୁ ଦୃଷ୍ଟିରେ ରଖି ଆଠଟି ଅତିରିକ୍ତ ଦଳ ରିଜର୍ଭରେ ରଖାଯାଇଛି।

Share