Categories: ଜାତୀୟ

ବଙ୍ଗୋପସାଗର ଉପକୂଳ ମୁହାଁ ଘୁର୍ଣ୍ଣିବଳୟ ମୋଚା, ଆନ୍ଧ୍ରପ୍ରଦେଶ ସମେତ ୩ ରାଜ୍ୟକୁ ଆଲର୍ଟ

ନୂଆଦିଲ୍ଲୀ,୭।୫: ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ରବିବାରଠାରୁ ବଙ୍ଗେପାସାଗର ଉପକୂଳରେ ଆସୁଥିବା ଏକ ଘୂର୍ଣ୍ଣିବଳୟକୁ ନେଇ ଚେତାବନୀ ଜାରି କରିଛି। ଏହି ଘୂର୍ଣ୍ଣିବଳୟ ଦେଶର ପୂର୍ବ ଉପକୂଳରେ ମାଡ ହୋଇପାରେ। ଏହାକୁ ମୋଚା ନାମ ଦିଆଯାଇଛି।

ପାଣିପାଗ ବିଭାଗ ଚେତାବନୀ ଦେଇଛି କି ‘ମୋଚା’ କାରଣରୁ ଆନ୍ଧ୍ର ପ୍ରଦେଶରେ ୩ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଘୂର୍ଣ୍ଣିବଳୟ କାରଣରୁ ପୂର୍ବ ଉପକୂଳର ଭିନ୍ନ ଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ।
‘ମୋଚା’କୁ ନେଇ ଆନ୍ଧ୍ର ପ୍ରଦେଶରେ ବି ହାଇ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ ତା’ର ବୁଲେଟିନରେ କହିଛି କି, ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶ, ୟମନ ଓ ଉପକୂଳ ଆନ୍ଧ୍ର ପ୍ରଦେଶରେ ପବନ ସହ ବର୍ଷା ହୋଇପାରେ। କିଛି ସ୍ଥାନରେ ବିଜୁଳି ଘଡଘଡ଼ି ସହ ବର୍ଷା ହୋଇପାରେ। ରାୟଲସୀମାର ଭିନ୍ନ ଭିନ୍ନ ସ୍ଥାନରେ ୪୦-୫୦ କିଲୋମିଟର ପ୍ରତି ଘଣ୍ଟାରେ ପବନ ବହିବା ସହ ବିଜୁଳି ମାରିବାର ସମ୍ଭାବନା ରହିଛି।
ଘୁର୍ଣ୍ଣିବଳୟର ଗତିପଥକୁ ଦେଖି ପାଣିପାଗ ବିଭାଗ ଓଡ଼ିଶାକୁ ବି ଆଲର୍ଟ ରହିବାକୁ କହିଛି। ରାଜ୍ୟର ୧୮ଟି ଜିଲାରେ ଘୂର୍ଣ୍ଣିବାତ୍ୟାର ପ୍ରଭାବ ପଡିପାରେ। ଏହାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ସହ ପଶ୍ଚିମ ବଙ୍ଗକୁ ବି ସତର୍କ ସୂଚନା ଦିଆଯାଇଛି। ରାଜ୍ୟରେ ଏସଡିଆରଏଫ ଓ ଏନଡିଆରଏଫକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

Share