Posted inଜାତୀୟ

ଆଜି ଭୟଙ୍କର ରୂପ ନେବ ବାତ୍ୟା ‘ମୋଚା’, ଏହି ରାଜ୍ୟଗୁଡ଼ିକୁ ସତର୍କ ସୂଚନା

ନୂଆଦିଲ୍ଲୀ,୧୨ା୫: ସାମୁଦ୍ରିକ ଝଡ଼ ‘ମୋଚା’ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଦ୍ରୁତ ଗତିରେ ମୁହାଁଇଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଏକ ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି। ବାତ୍ୟା ବାଂଲାଦେଶର କାକ୍ସ ବଜାର ଏବଂ ମ୍ୟାନ୍‌ମାରର କ୍ୟୋକୟୁ ପାର୍‌ ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୭୫ କିଲୋମିଟର ରହିବ।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ମେ’ ୧୩ ଏବଂ ୧୪ ମଧ୍ୟରେ ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
୧୩ରେ ତ୍ରିପୁରା ଏବଂ ମିଜୋରାମର ବିଚ୍ଛିନ୍ନ ଅଞ୍ଚଳରେ ପ୍ରବଳରୁ ପ୍ରବଳ ବର୍ଷା ଏବଂ ୧୪ରେ ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ଜାରି ରହିବ। ସେହିପରି ୧୪ରେ ନାଗାଲାଣ୍ଡ, ମଣିପୁର ଏବଂ ଦକ୍ଷିଣ ଆସାମର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

ଆଣ୍ଡାମାନ ସାଗର ଉପରେ ପବନର ବେଗ ୫୦-୬୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପବନର ବେଗ ୬୫-୭୫ କିଲୋମିଟର ବେଗରେ ବହି ୯୦ କିଲୋମିଟରରେ ପହଞ୍ଚିବ। ଏହି ବାତ୍ୟାର ଗତି ଶୁକ୍ରବାର ୧୨୦ କିଲୋମିଟରରେ ପହଞ୍ଚିବାର ସମ୍ଭାବନା ଅଛି। ତେବେ ୧୩ରୁ ପବନର ବେଗରେ ହ୍ରାସ ଘଟିବ। ପୂର୍ବ ବଙ୍ଗୋପସାଗରରେ ୧୧୦-୧୨୦ କିଲୋମିଟର ବେଗରେ ପବନର ବେଗ ୧୩୫ କିଲୋମିଟରରେ ପହଞ୍ଚିବା ସମ୍ଭାବନା ରହିଛି। ୧୩ ତାରିଖ ସକାଳୁ ୧୩୦-୧୪୦ କିଲୋମିଟର ବେଗରେ ପବନ ବହି ଏହା ୧୫୫ କିଲୋମିଟର ଟପିବ। ୧୩ ସନ୍ଧ୍ୟାରୁ ୧୪ ସକାଳ ପର୍ଯ୍ୟନ୍ତ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଟିଟିରେ ଆସିବ ତମାଖୁ ନିରୋଧୀ ବିଜ୍ଞାପନ

ନୂଆଦିଲ୍ଲୀ,୨୨ା୯: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓଭର ଦି ଟପ୍‌ (ଓଟିଟି) ପ୍ଲାଟ୍‌ଫର୍ମଗୁଡ଼ିକରେ ତମାଖୁ ନିରୋଧୀ ସ୍ବାସ୍ଥ୍ୟ ସଚେତନତା ବିଜ୍ଞାପନ ଦେବା ପାଇଁ ପ୍ରସ୍ତାବ ଆଣିଛି। ଯଦି...

କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…

କୋଲକାତା,୨୧ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ...

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।...

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri