Categories: ଜାତୀୟ

ଅତି ଭୟଙ୍କର ରୂପ ଧାରଣ କଲା ବାତ୍ୟା ‘ନିଭାର’: ଛୁଇଁଲା ସ୍ଥଳଭାଗ

ଚେନ୍ନାଇ,୨୬।୧୧: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ ବାତ୍ୟା ‘ନିଭାର’ ଗୁରୁବାର ଭୋରରୁ ସ୍ଥଳଭାଗ ଛୁଇଁଛି। ତାମିଲନାଡୁର ମମଲ୍ଲାପୁରମ ଏବଂ ପୁଡୁଚେରୀର କରିକଲରେ ବାତ୍ୟା ମାଡ ହୋଇଛି। ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟାପ୍ରତି ବେଗ ୧୧୦ରୁ ୧୩୦ କିମି ଓ ବେଳେବେଳେ ଏହା ୧୪୫ କିମି ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଏହି ବାତ୍ୟା ଅତି ଭୟଙ୍କର ରୂପ ଧାରଣ କରିଛି। ତାମିଲନାଡୁ ଏବଂ ପୁଡୁଚେରୀରେ ଏହା ଆତଙ୍କ ଖେଳାଇଛି। ବାତ୍ୟା ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ଏବଂ ପବନ ଲାଗି ରହିଛି। ବାତ୍ୟାକୁ ନଜରରେ ରଖି ବିମାନ ଏବଂ ମେଟ୍ରୋ ସେବା ମଧ୍ୟ ବନ୍ଦ ରହିଛି। ବାତ୍ୟା ପ୍ରଭାବ ଚେନ୍ନାଇରେ ଅଧିକ ଦେଖିବାକୁ ମିଳିଛି। ତାମିଲନାଡୁ ୧୨୦୦ ଏନ୍‌ଡିଆରଏଫ ମୁତୟନ ହୋଇଛନ୍ତି। ଯେକୌଣସି ଜରୁରୀ ସ୍ଥିତି ପାଇଁ ଯୁଦ୍ଧ ଜାହାଜ ମଧ୍ୟ ମୁତୟନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନା ମୁଖ୍ୟମନ୍ତ୍ରୀ ଇକେ ପଲାନିସ୍ବାମୀ ଏବଂ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ନାରାୟଣସ୍ବାମୀଙ୍କ ସହ ବାତ୍ୟା ମୁକାବିଲା ଓ ସହାୟତା ସମ୍ପର୍କରେ ଆଲୋଚନା କରିଛନ୍ତି।

Share