ଚେନ୍ନାଇ,୨୫।୧୧: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ନିଭାର’ ମାଡିଆସୁଛି। ବୁଧବାର ସକାଳେ ‘ନିଭାର’ ସ୍ଥଳ ଭାଗ ଛୁଇଁବ। ଏହାକୁକୁ ନଜରରେ ରଖି ତାମିଲନାଡୁରେ ଆର୍ଲଟ ଜାରି କରାଯାଇଛି। ଏହା ପୂର୍ବରୁ ମଙ୍ଗଳବାର ସଂଧ୍ୟାରୁ ପ୍ରବଳ ବର୍ଷା ସହିତ ପବନ ଆରମ୍ଭ ହୋଇଯାଇଛି। ନିଭାର ସ୍ଥଳ ଭାଗ ଛୁଇଁବା ପୂର୍ବରୁ ପବନର ବେଗ ୧୪୦-୧୪୫ କିଲୋମିଟର ଘଣ୍ଟା ପ୍ରତି ରହିବ ବୋଲି ଆକଳନ ହୋଇଛି। ଏହା ପୂର୍ବରୁ ବୁଧବାର ଛୁଟି ଘୋଷଣା କରିଛନ୍ତି ତାମିଲନାଡୁ ସରକାର। ବିପଦକୁ ଦୃଷ୍ଟିରେ ରଖି ପ୍ରଶାସନ ମଧ୍ୟ ସମସ୍ତ ସତର୍କତା ଅବଲମ୍ବନ କରିଛି। ଏହା ସ୍ଥଳ ଭାଗ ଛୁଇଁବା ବେଳେ ନିଭାର ଧୀରେଧୀରେ ଅଧିକ ଘନୀଭୂତ ହେବାରେ ଲାଗିଛି। ତେଣୁ ନିଭାର୍ ଅତି ଭୀଷଣ ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କରିବ। ଏପରି କି ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୪୫ କିମି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆଶଙ୍କା କରିଛି।