ଆମେରିକାକୁ ଉଜାଡିଦେଲା ବାତ୍ୟା

ମେଫିଲ୍ଡ, ୧୨।୧୨: ଆମେରିକାର ମଧ୍ୟପଶ୍ଚିମ ଓ ଦକ୍ଷିଣ ଭାଗରେ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପ୍ରଳୟଙ୍କରୀ ବାତ୍ୟାରେ ଆମେରିକାର ୫ଟି ରାଜ୍ୟରେ ବ୍ୟାପକ କ୍ଷତି ହୋଇଛି। ଆର୍କାନସାସ୍‌, ମିସୌରି, ଟେନେସି, କେଣ୍ଟୁକିରେ ୫୫ ନିୟୁତରୁ ଊର୍ଦ୍ଧ୍ୱ ଲୋକ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି।

କେଣ୍ଟୁକିରେ ବାତ୍ୟାଜନିତ ମୃତ୍ୟୁ ସଂଖ୍ୟା ୧୦୦ ଟପିବ ବୋଲି କୁହାଯାଉଛି। ବହୁସଂଖ୍ୟାରେ ଘର ଭାଙ୍ଗିଥିବା ବେଳେ ଭଗ୍ନାବଶେଷ ମଧ୍ୟରୁ ଲୋକଙ୍କୁ ଖୋଜା ଚାଲିଛି। ଶୀତଦିନେ ଏଭଳି ବାତ୍ୟା ସୃଷ୍ଟି ହୋଇ ନ ଥାଏ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। କେଣ୍ଟୁକି ସହରରେ ଏକ କ୍ୟାଣ୍ଡେଲ୍‌ ଫ୍ୟାକ୍ଟ୍ରି, ଥାନା ଓ ଅଗ୍ନିଶମ କେନ୍ଦ୍ର ଭାଙ୍ଗିଥିବା ବେଳେ ମିସୌରୀରେ ଏକ ନର୍ସିଂହୋମ୍‌ ଭୁଶୁଡ଼ି ପଡ଼ିଛି। ଫ୍ୟାକ୍ଟ୍ରିରେ ୧୧୦ କର୍ମଚାରୀ କାର୍ଯ୍ୟରତ ଥିଲେ। ସେମାନଙ୍କ ମଧ୍ୟରୁ ୪୦ ଜଣଙ୍କୁ ଉଦ୍ଧାର କରାଯାଇଥିବା କେଣ୍ଟୁକି ଗଭର୍ନର ଆଣ୍ଡି ବେଶିୟର କହିଛନ୍ତି। ଇଲିନୋଇସ୍‌ରେ ଆମାଜନ ଓ୍ବେରହାଉସ୍‌ର କିଛି ଅଂଶ ଭୁଶୁଡ଼ିପଡ଼ିବାରୁ ୬ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି।

Share