ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ଓଡ଼ିଶାରେ ସ୍ଥଳଭାଗ ଛୁଇଁବ ନାହିଁ ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଓଡ଼ିଶା ଉପକୂଳରୁ କିଛି ଦୂରରେ ଘଷି ହୋଇ ପଶ୍ଚିମବଙ୍ଗ-ବାଂଲାଦେଶ ଆଡକୁ ମୁହାଁଇବ।
ପାଣିପାଗ ବିଭାଗ ସୂଚନାନୁଯାୟୀ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ୨୨ ତାରିଖ ବେଳକୁ କେନ୍ଦ୍ରୀୟ ପାର୍ଶବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ବାତ୍ୟାର ରୂପ ନେଇପାରେ। ଅନ୍ୟପଟେ,ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟ ଶାସନ ସଚିବ ଏକ ବୈଠକ ଡାକିଛନ୍ତି। ବୈଠକରେ ଏସଆରସିଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।