ଭୁବନେଶ୍ୱର,୭।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି କରାଯାଉଛି। ତେବେ ରାଜ୍ୟରେ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଛି ବୋଲି ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି। ଏଥିପାଇଁ ୩୩୯ ଫାୟାର ଷ୍ଟେସନକୁ ଆଲର୍ଟ କରାଯାଇଛି।
ସେ କହିଛନ୍ତି, ବାତ୍ୟା ମୁକାବିଲା ପାଇଁ ୧୭୫ଟି ୟୁନିଟ ଗଠନ କରାଯାଇଛି । ପ୍ରତି ୟୁନିଟ୍ରେ ୬ ଜଣ ଲେଖାଏ କର୍ମଚାରୀ ରହିବେ । ଏସ୍ଆରସିଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ୟୁନିଟ୍ ଜିଲାପାଳଙ୍କ ଅଧୀନରେ ରହିବେ । ସମସ୍ତ ୟୁନିଟ୍ ପାଇଁ ଗାଡି, ପେଟ୍ରୋଲ, ଡିଜେଲ, ଗଛକଟା ଯନ୍ତ୍ର, ବ୍ୟାଟେରୀ ଲାଇଟ ଆଦି ଯୋଗାଇ ଦିଆଯାଇଛି।
ଏପଟେ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ଏହା ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛିି। । ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବା ପରେ ରବିବାର ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବାର ଆଶଙ୍କା ରହିଛି।