ବାତ୍ୟା ‘ଅସାନି’ର ଆଖି ଦୃଶ୍ୟମାନ

ଭୁବନେଶ୍ବର,୧୦।୫(ବ୍ୟୁରୋ): ଦୃଶ୍ୟମାନ ହେଲା ବାତ୍ୟା ‘ଅସାନି’ ଆଖି । ମଙ୍ଗଳବାର ସକାଳ ୯ଟାରେ ମଛଲୀପାଟନମ ଡପ୍ଲର ରାଡ଼ାରରେ ଭୀଷଣ ବାତ୍ୟାର ରୂପ ନେଇଥିବା ଅସାନିର ଆଖି ଦୃଶ୍ୟମାନ ହୋଇଛି । ଏ ନେଇ ଟୁଇଟ୍‌ ଯୋଗେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ବାତ୍ୟା ଏବେ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୪୯୦ କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୭୦କିମି ଦୂରରେ କେନ୍ଦ୍ରୀଭୂତ ଅଛି ଭୀଷଣ ବାତ୍ୟା ‘ଅସାନି’ । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୦ କିମି ବେଗରେ ଗତି କରୁଛି।

Share