Advertisement

ବାତ୍ୟା ୟାସ୍‌ ପ୍ରସ୍ତୁତି: ୭୫ହଜାର ଲୋକଙ୍କୁ ସ୍ଥାନାନ୍ତର, ୫୦୪ଗର୍ଭବତୀଙ୍କୁ ମେଡିକାଲକୁ ପଠାଇବା ଲକ୍ଷ୍ୟ

ଛତ୍ରପୁର,୨୫।୫(ଡି.ଏନ୍‌.ଏ.): ରାଜ୍ୟ ସରକାର ଓ ଏସ୍‌ଆରସିଙ୍କ ପକ୍ଷରୁ ଆସୁଥିବା ସୂଚନା ଅନୁସାରେ ଗଞ୍ଜାମରେ ବାତ୍ୟା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବାତ୍ୟା ମୁକାବିଲା ପାଇଁ ଜିଲାରେ ୪ ଥର ବୈଠକ ମଧ୍ୟ ହୋଇସାରିଛି। ୩ ଦିନ ହେଲା ଗର୍ଭବତୀଙ୍କୁ ଡେଲିଭେରୀ ସୁବିଧା ଥିବା ସ୍ବାସ୍ଥ୍ୟକେନ୍ଦ୍ର ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଉଛି। ଗତ ୨ଦିନ ମଧ୍ୟରେ ୧୩୧ଜଣ ଗର୍ଭବତୀଙ୍କୁ ଡେଲିଭେରୀ ପଏଣ୍ଟକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିବା ସୂଚନା ଦିଆଯାଇଛି। ଜିଲାରେ ୫୦୪ଗର୍ଭବତୀଙ୍କୁ ସ୍ଥାନାନ୍ତର ପାଇଁ ଚି଼ହ୍ନଟ କରାଯାଇଥିବା ବେଳେ ସମୁଦ୍ରକୂଳିଆ ୭୫ହଜାର ଲୋକଙ୍କୁ ସ୍ଥାନାନ୍ତରିତ ପାଇଁ କାର୍ଯ୍ୟ ଜାରି ରହିଛି। ବର୍ତମାନ ବନ୍ୟା ବାତ୍ୟାର ସମ୍ଭାବନା ଗଞ୍ଜାମ ଜିଲା ପାଇଁ ସେତେଟା ନ ଥିବା ବେଳେ ତଥାପି ସତର୍କ ରହିଛୁ ବୋଲି ଜିଲାପାଳ କହିଛନ୍ତି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଏସଓପିକୁ ନେଇ କାମ କରୁଛୁ। ତେବେ ପାଣିପାଗ ବିଭାଗର କୌଣସି ସୂଚନା ନ ଆସିଲା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ପବନ ହୋଇପାରେ ସେଥିପାଇଁ କଚ୍ଚା ଘରେ ନ ରହି ପକ୍କା ଘରେ ରହିବାକୁ କୁହାଯାଇଛି। ଏପରିକି ତହସିଲଦାର ଓ ବିଡ଼ିଓମାନେ ମାଇକ ଦ୍ୱାରା ଲୋକଙ୍କୁ ସତର୍କ କରାଉଛନ୍ତି ବୋଲି ଜିଲାପାଳ ସୂଚନା ଦେଇଛନ୍ତି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share