Categories: ଜାତୀୟ

ତାଉକ୍‌ତାଏ ସଙ୍କଟ: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ମୁମ୍ବାଇ,୧୭।୫: ବାତ୍ୟା ତାଉକ୍‌ତାଏ କେତେକ ରାଜ୍ୟରେ ତାଣ୍ଡବ ରଚିବାରେ ଲାଗିଛି। ମହାରାଷ୍ଟ୍ରରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି। ସହରରେ ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷା ମଧ୍ୟ ହେଉଛି। ଏଥିଯୋଗୁ କେତେକ ସ୍ଥାନରେ ଜଳାର୍ଣ୍ଣବ ହେବା ସହ ଗଛ ମଧ୍ୟ ଭାଙ୍ଗିଯାଇଛି। ବାତ୍ୟା ଯୋଗୁ ରାଜ୍ୟରେ ବହୁ କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟର ବାତ୍ୟା ସ୍ଥିତି ନେଇ ଆଲୋଚନା କରିଥିବା ଜଣାପଡ଼ିଛି। ଅନ୍ୟପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ତାଉକ୍‌ତାଏ ଯୋଗୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଏଥିସହ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୁମ୍ବାଇ ବିମାନ ବନ୍ଦରକୁ ବନ୍ଦ ରଖାଯାଇଛି। ସୂଚନା ମୁତାବକ ବାତ୍ୟା ତାଉକ୍‌ତାଏ ମଙ୍ଗଳବାର ଲ୍ୟାଣ୍ଡଫଲ କରିପାରେ ବୋଲି ପାଣିପାଗ ବିଭାଗ ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି।

Share