Categories: ଜାତୀୟ

ରାଜସ୍ଥାନରେ ତାଣ୍ଡବ ରଚୁଛି ସାଇକ୍ଲୋନିକ ଷ୍ଟ୍ରମ୍‌ ‘ବିପର୍ଯ୍ୟୟ’, ୩୬ଘଣ୍ଟା ମଧ୍ୟରେ ଦୂର୍ବଳ ହେବାର ସମ୍ଭାବନା

ନୂଆଦିଲ୍ଲୀ,୧୭।୬: ସିଭିୟର ସାଇକ୍ଲୋନିକ ଷ୍ଟ୍ରମ୍‌ ‘ବିପର୍ଯ୍ୟୟ’ ଶନିବାର ସକାଳେ ରାଜସ୍ଥାନରେ ପହଞ୍ଚିଛି। ବାତ୍ୟା ୬୫ କିମି ବେଗରେ ଯୋଧପୁର ଆଡକୁ ଗତି କରୁଛି । ବାତ୍ୟା ପାଇଁ ପ୍ରତିରକ୍ଷା ଏବଂ ଉଦ୍ଧାରକାରୀ ଦଳ ପ୍ରସ୍ତୁତ ରହିଛନ୍ତି।

ବର୍ତ୍ତମାନ ସାଇକ୍ଲୋନିକ ବିପର୍ଯ୍ୟୟ ଦ୍ରୁତ ଗତିରେ ଯୋଧପୁର ଆଡକୁ ଗତି କରୁଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଏହା ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଦୂର୍ବଳ ହେବାର ସମ୍ଭାବନା ରହିଛି। ତେବେ ବାତ୍ୟା ଯୋଗୁ ପ୍ରବଳ ବେଗରେ ପବନ ବହୁଛି।

ବାତ୍ୟାର ଗତିନୁସାରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ରାଜସ୍ଥାନ, ହରିୟାଣା, ଦିଲ୍ଲୀ ଏବଂ ପଶ୍ଚିମ ଉତ୍ତରପ୍ରଦେଶର କେତେକ ଅଞ୍ଚଳରେ ପ୍ରବଳ ପବନ ସହିତ ମଧ୍ୟମରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

Share