ସତ ହେଉଛି ପଞ୍ଜିକା ଗଣନା! ଭାଇରାଲ ହେଉଛି ଖଡିରତ୍ନ ପଞ୍ଜିକାର ପୃଷ୍ଠା, ଏହି ସବୁ ଅଞ୍ଚଳରେ ହେବ…

ଭୁବନେଶ୍ୱର,୨୨।୧୦: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ପାରାଦ୍ୱୀପଠାରୁ ଦକ୍ଷିଣପୂର୍ବ ଦିଗରେ ୭୩୦ କି.ମି. ଦୂରତାରେ କେନ୍ଦ୍ରୀଭୂତ ହୋଇଛି। ସମୁଦ୍ରରେ ବଳ ଗୋଟାଇ ବାତ୍ୟା ଉତ୍ତର ପଶ୍ଚିମ ଦିଗ ଦେଇ ସ୍ଥଳଭାଗ ମୁହାଁ ହେବ। ଆସନ୍ତାକାଲି ଅର୍ଥାତ୍‌ ୨୩ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ସମୟରେ ଅସଲି ଖଡିରତ୍ନ ପଞ୍ଜିକାର ପୃଷ୍ଠା ଭାଇରାଲ ହେଉଛି।
ପଞ୍ଜିକାରେ ଅକ୍ଟୋବରରେ ବାତ୍ୟା ନେଇ ଉଲ୍ଲେଖ ରହିଛି। ଏପରିକି କେଉଁ ତାରିଖରେ ବାତ୍ୟା ହେବ ଏବଂ କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବ ତାହା ମଧ୍ୟ ପଞ୍ଜିକାରେ ଗଣନା କରାଯାଇଥିଲା।

ଖଡିରତ୍ନ ପଞ୍ଜିକାରେ ପାଣିପାଗ ସମ୍ପର୍କରେ ଯାହା ଗଣନା ଅନୁସାରେ, ରାଜ୍ୟର ଉପକୂଳ ଅଞ୍ଚଳ ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ବର, ନୟାଗଡ, କାକଟପୁର, ନିଆଳି ଆଦି ଅଞ୍ଚଳରେ ଘୁର୍ଣ୍ଣିବାତ୍ୟା ପ୍ରଚଣ୍ଡ ବାୟୁ ପ୍ରବାହ ସହ ସାମୁଦ୍ରିକ ଝଡ ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ଯାହାର ପୃଷ୍ଠା ଏବେ ବେଶ୍‌ ଭାଇରାଲ ହେଉଛି।

Share