ଟିକା ବିରୋଧି ଅଭିଯାନରେ ସାମିଲ ହୋଇଥିବା ଗାୟିକାଙ୍କର କରୋନାରେ ମୃତ୍ୟୁ

ପ୍ରାଗ,୨୦ ।୧: ଚେକ ଗଣରାଜ୍ୟର ଜଣେ ଲୋକ ଗାୟିକା ହାନା ହୋରକାଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହି ଖବର ତାଙ୍କ ପ୍ରୁଅ ଦେଇଛନ୍ତି । ୫୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ସେ କରୋନାର କୌଣସି ଟିକା ନେଇ ନ ଥିଲେ । କିଛି ଦିନ ପୂର୍ବେ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ କି ସେ କରୋନା ସଂକ୍ରମଣରୁ ସୁସ୍ଥ ହେଉଛନ୍ତି । ହେଲେ ଏହାର ୨ ଦିନ ପରେ ତାଙ୍କର ମୃତ୍ୟୁ ହୋଇଛି ।
ଗାୟିକାଙ୍କ ପୁଅ ଓ ସ୍ୱାମୀ କରୋନା ଟିକା ନେଇଥିବା ସମୟରେ ସେ କିନ୍ତୁ ଏହାକୁ ବିରୋଧ କରୁଥିଲେ । ତାଙ୍କ ପୁଅ କହିଛନ୍ତି ମୁଁ ଓ ମୋ ପିତା କରୋନାରେ ପୀଡ଼ିତ ହୋଇଥିବା ସମୟରେ ମାଆ କୌଣସି କଟକଣା ନ ମାନି ଆମ ସହ ଚଳପ୍ରଚଳ ହେଉଥିଲେ । ପରେ ତାଙ୍କୁ କରୋନା ହୋଇଯାଇଥିଲା । ଏମିତିକି କରୋନା ଟିକାକୁ ବିରୋଧ କରୁଥିବା ଏକ ସ୍ଥାନୀୟ ଆନ୍ଦୋଳନରେ ତାଙ୍କ ମାଆ ସାମିଲ ହୋଇଥିଲେ । ତେଣୁ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଲୋକଙ୍କ ପାଇଁ ଗାୟିକାଙ୍କ ମୃତ୍ୟୁ ହୋଇଛି ବୋଲି ତାଙ୍କ ପୁତ୍ର ଅଭିଯୋଗ କରିଛନ୍ତି ।

Share