ଆଉ ଏକ ଜନମତ ସଂଗ୍ରହ କରିଥିବା ଘୋଷଣା କଲେ ଖଲିସ୍ତାନ ସମର୍ଥକ, ଭାରତ କହିଲା ସୃଷ୍ଟି କରାଯାଉଛି ହିଂସା

ଭ୍ୟାକୁଭର,୧୨।୯: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଭାରତ ଗସ୍ତରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖାଲିସ୍ତାନ ସମର୍ଥକମାନେ ରବିବାର କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ସରେରେ ଏକ ତଥାକଥିତ ଜନମତ ସଂଗ୍ରହ ଆୟୋଜନ କରିଥିଲେ। ନିଷିଦ୍ଧ ଶିଖ ଫର ଜଷ୍ଟିସ (ଏସଏଫଜେ) ର ପ୍ରତିଷ୍ଠାତା ତଥା ନିର୍ଦ୍ଦିଷ୍ଟ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂ ପନ୍ନୁ ସରେରେ ଗୁରୁ ନାନକ ସିଂ ଗୁରୁଦ୍ୱାର ଠାରେ ଆୟୋଜିତ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ସମାବେଶରେ ଯୋଗ ଦେଇଥିଲେ।
ବର୍ତ୍ତମାନ ଏସଏଫଜେ ଅକ୍ଟୋବର ୨୯ରେ ଆଉ ଏକ ଜନମତ ସଂଗ୍ରହ କରିବାକୁ ଘୋଷଣା କରିଛି। ଜନମତ ସଂଗ୍ରହର ମୁଖ୍ୟ ସଂଗଠକ ପଲ ଜ୍ୟାକପ ଦାବି କରିଛନ୍ତି ଯେ ଏହି ସମୟ ମଧ୍ୟରେ ସମସ୍ତ ଶିଖ ଭୋଟ ଦେଇପାରିବେ ନାହିଁ, ତେଣୁ ପୁଣି ଥରେ ଭୋଟ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ଜୁନ ୧୮ରେ ଗୁରୁଦ୍ୱାର ସହ ଜଡିତ କୁଖ୍ୟାତ ନିଜାର୍‌ ପାର୍କିଂ ସ୍ଥାନରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଗୁଳି ଚଳାଇଥିଲା। ଏସଏଫଜେ ଏଥିପାଇଁ ଭାରତକୁ ଦାୟୀ କରିଛ।

Share