Categories: ବାଣିଜ୍ୟ

ଡାବର ଇଣ୍ଡିଆର ନୂତନ ଅଭିଯାନ

ଭୁବନେଶ୍ୱର,୧୦ା୫ (ଅଭୟ ଦାଶ): ଡାବର ଇଣ୍ଡିଆ ଲିମିଟେଡ୍‌ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଅଗ୍ରଣୀ ଇନ୍‌ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍‌ ଡାବର ଗ୍ଲୁକୋଜ ପକ୍ଷରୁ ଦେଶର ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଦେଶର ପ୍ରମୁଖ କ୍ରୀଡ଼ା ଅନୁଷ୍ଠାନଗୁଡିକରେ ଯୁବ କ୍ରୀଡ଼ାବିତ୍‌ମାନଙ୍କ ମଧ୍ୟରେ ଶକ୍ତି ଓ ସାମର୍ଥ୍ୟର ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟିକରିବା ପାଇଁ ‘ଏନର୍ଜାଇଜ୍‌ ଇଣ୍ଡିଆ’ ନାମକ ଏକ ବିଶାଳ କ୍ୟାମ୍ପେନର ଶୁଭାରମ୍ଭ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଗୁରୁବାର ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଡାବର ଇଣ୍ଡିଆ ଲିମିଟେଡ୍‌ର ମ୍ୟାନେଜର (କର୍ପୋରେଟ କମ୍ୟୁନିକେଶନ୍ସ) ଦିନେଶ କୁମାରଙ୍କ ସମେତ ସୋଆ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ଅଧିକାରୀ ସୁନୀତା ବର୍ମା ପ୍ରମୁଖ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ।

ଏ ସମ୍ପର୍କରେ ଡାବର ଇଣ୍ଡିଆ ଲିମିଟେଡ୍‌ର ମ୍ୟାନେଜର (କର୍ପୋରେଟ କମ୍ୟୁନିକେଶନ୍ସ) ଦିନେଶ କୁମାର କହିଛନ୍ତି, ଆମେ ଆମର ‘ଏନର୍ଜାଇଜ୍‌ ଇଣ୍ଡିଆ’କ୍ୟାମ୍ପେନର ଶୁଭାରମ୍ଭ କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏକ ବ୍ରାଣ୍ଡ ଭାବେ ଡାବର ଗ୍ଲୁକୋଜ କ୍ରୀଡ଼ାବିତ୍‌, କ୍ରୀଡ଼ା ଉତ୍ସାହୀ ଓ ଏକ ସକ୍ରିୟ ଜୀବନଶୈଳୀକୁ ଅନୁସରଣ କରୁଥିବା ଲୋକମାନଙ୍କ ପାଇଁ ଏକ ଉପଯୁକ୍ତ ପ୍ଲାଟ୍‌ଫର୍ମ ଯୋଗାଉଛି। ଉଲ୍ଲେଖଯୋଗ୍ୟ,ସୋଆ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ଅଧିକାରୀ ସୁନୀତା ବର୍ମାଙ୍କ ଦ୍ୱାରା ପରିଚାଳିତ ଏହି ଏନର୍ଜି ସେସନଗୁଡିକରେ ଉନ୍ନତ ପ୍ରଦର୍ଶନ ନିଶ୍ଚିତ କରିବା ପାଇଁ ଯୁବ କ୍ରୀଡ଼ାବିତ୍‌ମାନଙ୍କୁ ଉପଯୁକ୍ତ ପୋଷଣ ଓ ହାଇଡ୍ରେଶନର ମହତ୍ତ୍ୱ ସମ୍ପର୍କରେ ସଚେତନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

Share