Advertisement
Categories: ଜାତୀୟ

ଅପରେଶନ କ୍ଷମତାକୁ ବଢାଇବା ପାଇଁ ୭,୮୦୦ କୋଟିର ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ମଞ୍ଜୁରୀ

ନୂଆଦିଲ୍ଲୀ,୨୪।୮: ସଶସ୍ତ୍ର ବାହିନୀର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରାୟ ୭,୮୦୦ କୋଟି ଟଙ୍କା ମୂଲ୍ୟର ପ୍ରସ୍ତାବକୁ ଅନୁମୋଦନ କରିଛି। ପ୍ରତିରକ୍ଷା କ୍ରୟ ସହ ଜଡିତ ପ୍ରସ୍ତାବଗୁଡ଼ିକ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ବୈଠକରେ ଆବଶ୍ୟକତାକୁ ସ୍ବୀକୃତି ପ୍ରଦାନ କରାଯାଇଛି।

ଭାରତୀୟ ବାୟୁସେନାର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ଡିଏସି ଏମ୍‌ଆଇ-୧୭-ଭି୫ ହେଲିକପ୍ଟରରେ ଇଲେକ୍ଟ୍ରୋନିକ ୱାର୍ଫେୟାର (ଇଡବ୍ଲ୍ୟୁ) ସୁଟ ସ୍ଥାପନ ଏବଂ କ୍ରୟକୁ ନେଇ ମଞ୍ଜୁରୀ ମିଳିଛି। (ଭାରତୀୟ- ଆଇଡିଡିଏମ୍‌) କ୍ରୟ ବର୍ଗ ଅଧୀନରେ ଏହି ମଞ୍ଜୁରୀ ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share