ପୁଅ ସଲମାନଙ୍କୁ ସାହାଯ୍ୟ କରିବାକୁ ମନା କରିଦେଇଥିଲେ ବାପା, ଜାଣନ୍ତୁ କାହିଁକି…

ପ୍ରସିଦ୍ଧ ହିନ୍ଦୀ ସିନେମା ଲେଖକ ତଥା ସଲମାନ ଖାଁଙ୍କ ପିତା ସଲିମ ଖାଁଙ୍କ ଜନ୍ମ ଦିନ ୨୪ ନଭେମ୍ବରରେ । ବର୍ତ୍ତମାନ ତାଙ୍କୁ ୮୫ ବର୍ଷ। ସଲମାନ ତାଙ୍କ ପିତାଙ୍କ ଅତି ନିକଟତର। ତଥାପି, ସେ ତାଙ୍କ ପିତାଙ୍କୁ ଭୟ କରନ୍ତି । ତାଙ୍କ ବିନା ଅନୁମତିରେ କୌଣସି କାମ କରନ୍ତି ନାହିଁ । ସେ ତାଙ୍କ ପିତାମାତାଙ୍କ ସହ ରୁହନ୍ତି। ତେବେ ଏହି ଅବସରରେ ତାଙ୍କ ସହ ଜଡ଼ିତ କିଛି ବ୍ୟକ୍ତି ଗତ କଥା ଜାଣନ୍ତୁ।

ଏକଦା ସଲମାନ ସଲିମଙ୍କୁ କହିଥିଲେ ଯେ, ଅନେକ ନିର୍ମାତା ନିର୍ଦ୍ଦେଶକ ତାଙ୍କ ପାଖକୁ ଆସୁଥିଲେହେଁ କାହିଁକି ସେ ତାଙ୍କ ବିଷୟରେ ଅନ୍ୟମାନଙ୍କୁ କୁହନ୍ତି ନାହିଁ। ଯାହାର ଉତ୍ତରରେ ସଲିମ ସାହାଯ୍ୟ କରିବାକୁ ମନା କରି କହିଛନ୍ତି, ‘ଯଦି ତୁମର କିଛି ପ୍ରତିଭା ଥିବ ତେବେ ସେ ତୁମକୁ ତାଙ୍କ ଫିଲ୍ମରେ ନିଶ୍ଚେ ନେବେ। ତାହା ଦର୍ଶକଙ୍କ ହାତରେ ଥାଏ ସେମାନେ କାହାକୁ ପ୍ରତ୍ୟାଖ୍ୟାନ କରିବେ ଏବଂ କାହାକୁ ଗ୍ରହଣ କରିବେ। ’

Share