ସାମାଜିକ କାର୍ଯ୍ୟ ମାଧ୍ୟମରେ ପ୍ରସିଦ୍ଧି ଅର୍ଜନ କରିଥିବା ମଡେଲ ନିକିତା ଘାଗ ଭାରତ ସରକାର ଦେଇଥିବା ସିନେମାର ସର୍ବୋଚ୍ଚ ଜାତୀୟ ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାର ଫେରାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ଗତବର୍ଷ ସେ ଏହି ପୁରସ୍କାର ଜିତିଥିଲେ। ସେ କହିଛନ୍ତ, ଦାଦାସାହେବ ଫାଲକେଙ୍କ ନାମରେ ଚାଲିଥିବା ଏହି ଘୋଟାଲାର ଖୁଲାସା କରିବା ଅତ୍ୟନ୍ତ ଜରୁରୀ ଅଟେ।
ସୁପରମୋଡେଲ ନିକିତା ଘାଗ କୁହନ୍ତି, ଯେତେବେଳେ ଆମେ କୌଣସି ଭଲ କାମ ପାଇଁ ପୁରସ୍କାର ପାଇଥାଉ, ଏହା ଆମକୁ ଭଲ କାମ କରିବାକୁ ପ୍ରେରଣା ଦେଇଥାଏ। କୌଣସି ଭଲ ସାମାଜିକ କାର୍ଯ୍ୟ ପାଇଁ ପ୍ରଶଂସା ହେଉଛି ସବୁଠାରୁ ବଡ ପୁରସ୍କାର। କିନ୍ତୁ ମୁଁ ଗତ ତିନିରୁ ଚାରି ଦିନ ମଧ୍ୟରେ ଅନୁଭବ କରିଛି ଯେ, ମୁଁ ପାଇଥିବା ‘ଦାଦାସାହେବ ଫାଲକେ’ ପୁରସ୍କାର ପଛରେ ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥା କାର୍ଯ୍ୟ କରୁଛି।
ଦାଦାସାହେବ ଫାଲକେଙ୍କ ପରିବାର ନିଜକୁ ଭାରତ ସରକାରଙ୍କ ନିକଟରେ ଋଣୀ ବୋଲି ବିବେଚନା କରିଛନ୍ତି। ସିନେମାର ଏହି ସବୁଠାରୁ ବଡ ପୁରସ୍କାର ଯୋଗୁଁ ଆଜି ଦାଦାସାହେବ ଫାଲକେଙ୍କୁ ସମସ୍ତେ ଜାଣନ୍ତି। କିନ୍ତୁ, ଯେତେବେଳେ ଲୋକମାନେ ଏହି ପୁରସ୍କାର ପରି ପୁରସ୍କାର ନାମରେ ଦୋକାନ ଚଳାନ୍ତି, ଏହା ଦୁଃଖଦାୟକ। ଯେଉଁମାନେ ଚଳିତ ବର୍ଷ ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି, ଏହି ନକଲି ‘ଦାଦାସାହେବ ଫାଲକେ ପୁରସ୍କାର’ ଫେରସ୍ତ କରନ୍ତୁ।
ନିକିତା ଗାଗ ଅନ୍ତର୍ଜାତୀୟ ମଡେଲିଂ ଦୁନିଆରେ ଏକ ବଡ ନାମ ଅର୍ଜନ କରିଛନ୍ତି। ନଅ ବର୍ଷ ହେବ ପଶୁ ଚିକିତ୍ସା ସଂଗଠନ ଦାଗ ଇଣ୍ଡିଆ ମଧ୍ୟ ନିକିତା ଚଲାନ୍ତି।