Categories: ମେଟ୍ରୋ

ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ପାଇଁ ‘ଦାଦନ’ ମନୋନୀତ

ଭୁବନେଶ୍ୱର, ୪।୪ (ବ୍ୟୁରୋ):ହାର୍‌ମୋନୀ ଫିଲ୍ମସ୍‌ ବ୍ୟାନରରେ ନିର୍ମିତ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ଦାଦନ’ (ଏକ ଆତ୍ମକାହାଣୀ) ଚମ୍ବଲ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ପାଇଁ ମନୋନୀତ ହୋଇଛି। ଆସନ୍ତା ୧୬ ଓ ୧୭ ତାରିଖରେ ରାଜସ୍ଥାନ କୋଟ ସହରର ୟୁଆଟି ଅଡିଟୋରିୟମଠାରେ ଏହି ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ପ୍ରାୟ ୪୦ ଦେଶ ଓ ଭାରତର ବିଭିନ୍ନ ଭାଷାର ପ୍ରାୟ ୪୭୦ ଚଳଚ୍ଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର, ପ୍ରାମାଣିକ ଚଳଚ୍ଚିତ୍ର, ମ୍ୟୁଜିକ୍‌ ଭିଡିଓ ଆଦି ପ୍ରଦର୍ଶିତ ହେବ।
ଦୂର କରିବା ସହ କରଜ ଶୁଝିବା ଆଶାରେ ପରିବାର ଧରି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲିଯାଏ। ସେଠାରେ ୨୩ମାସ କାମ କରିବା ପରେ ହଠାତ୍‌ କରୋନା ମହାମାରୀ ପାଇଁ ଲକ୍‌ଡାଉନ ହୁଏ। ସମସ୍ତ କଳକାରଖାନା ବନ୍ଦ ହୋଇଯିବା ପରେ ରୋଜଗାର ହରାଇବସେ। କରଜ ଶୁଝିବା ଦୂରର କଥା ସ୍ତ୍ରୀ ଛୁଆଙ୍କୁ ଖାଇବାକୁ ଦେଇ ପାରେନି। ସବୁଆଡୁ ହତାଶ ହୋଇ ଶେଷରେ ନିଜ ଭିଟାମାଟିକୁ ଫେରିବାକୁ ନିଷ୍ପତ୍ତି ନିଏ। ଅନ୍ୟ ଶ୍ରମିକଙ୍କ ପରି ଭୋକ ଉପାସରେ ଗାଁକୁ ଫେରିବା ବାଟରେ ସ୍ତ୍ରୀ ଓ ଛୁଆକୁ ହରାଇ ବସେ। ଶେଷରେ କରୋନାର ଭୟ ଓ ଭୋକର ତାଡନା ତା’ ଜୀବନର ଗତି ପଥକୁ ବଦଳାଇ ଦିଏ। ଏଭଳି ଏକ ହୃଦୟସ୍ପର୍ଶୀ କାହାଣୀକୁ ନେଇ ୩୦ ମିନିଟ ୫୮ ସେକେଣ୍ଡର କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ଜି. ଅଶୋକ କୁମାର। ଚଳଚ୍ଚିତ୍ରର ସଂଳାପଗୁଡିକୁ ସୁନ୍ଦର ଭାବେ ସଜାଇଛନ୍ତି ସଂଳାପକାର ବିଜୟ ରାଉଳ। ପ୍ରଭାତ ନଳିନୀଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ପରିକଳ୍ପନା, ଗୀତ ରଚନା, ସଂଗୀତ ନିର୍ଦ୍ଦେଶନା, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ନିଜେ ଜି. ଅଶୋକ କୁମାର କରିଛନ୍ତି। ବନମାଳୀ, ଦ୍ୱିଷ୍ଟା, ସୁଧାଂଶୁ, କାଞ୍ଚନ, ଦେବବ୍ରତ, ବିସ୍ମୟ ଓ ମଧୁ ଏଥିରେ ଖୁବ୍‌ ସୁନ୍ଦର ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ଟାଇଟଲ୍‌ ଗୀତ ‘ଦାଦନ’ ଅତ୍ୟନ୍ତ ମର୍ମସ୍ପର୍ଶୀ ହୋଇପାରିଛି। ଆଗାମୀ ଦିନରେ ଚଳଚ୍ଚିତ୍ର ଅନ୍ୟ କେତେକ ମହୋତ୍ସବରେ ଭାଗ ନେବା ପାଇଁ ପ୍ରଯୋଜନା ସଂସ୍ଥା ଆଶା ରଖିଛି।

Share