ଦାଦନ ଖଟିବାକୁ ଯାଇଥିଲେ, ଗାଁକୁ ଫେରୁଛି ମୃତଦେହ

କୋକସରା,୫।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକରେ ସପ୍ତାହେ ନ ପୁରୁଣୁ ପୁଣି ଜଣେ ଦାଦନ ଶ୍ରମିକଙ୍କ ବେଙ୍ଗାଲୁରୁରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଶ୍ରମିକ ହେଲେ ମୁଷାପାଲି ପଞ୍ଚାୟତ ଖପ୍ରାମାଲ ଗ୍ରାମର ଗଜିନ ନାଏକ (୨୧)। ଗଜିନ ପ୍ରାୟ ୪ ବର୍ଷ ତଳେ ପେଟପାଟଣା ପାଇଁ ବେଙ୍ଗାଲୁରୁକୁ କାମ କରିବାକୁ ଯାଇଥିଲେ।

ଶନିବାର ସନ୍ଧ୍ୟାରେ ହଠାତ୍‌ ଗଜିନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିଲା। ଏନେଇ ଘର ଲୋକେ ଖବର ପାଇ ତାଙ୍କ ପାଖକୁ ଟଙ୍କା ପଠାଇଥିଲେ। ପରେ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ଗଜିନଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକଙ୍କ ବଡ଼ଭାଇ ଟିକ ନାଏକ ମଧ୍ୟ ଅନ୍ୟ ଏକ ସ୍ଥାନରେ ଦାଦନ ଖଟୁଥିବା ବେଳେ ଭାଇଙ୍କ ମୃତ୍ୟୁ ଖବର ପାଇ ସେଠାରେ ପହଞ୍ଚତ୍ ଥିବା ଜଣାପଡିଛି। ଅନ୍ୟପକ୍ଷେ ଗଜିନଙ୍କ ମୃତଦେହ ଆଣିବା ପରିବାର ଲୋକଙ୍କ ପକ୍ଷେ ସକ୍ଷମ ନ ଥିବାବେଳେ ଧାରକରଜ କରି ଆଣୁଥିବା ଜଣାପଡିଛି। ସୋମବାର ରାତିରେ ମୃତଦେହ ଗାଁରେ ପହଞ୍ଚତ୍ବ ବୋଲି ପରିବାର ଲୋକେ କହିଛନ୍ତି।

Share