ବାହାର ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ରାଇଘର, ୧୧।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଛେଳିଡଙ୍ଗରି ପଞ୍ଚାୟତ ଚିତ୍ରକୋଟ ଗ୍ରାମର ହିରାମନ ଗଣ୍ଡଙ୍କ ପୁଅ ନବି ଗଣ୍ଡ (୨୫) ତାମିଲନାଡୁର କାଞ୍ଚତ୍ପୁରମରେ ଦାଦନ ଖଟିବାକୁ ଯାଇଥିଲେ। ରେଳଲାଇନ୍‌ ଅତିକ୍ରମ କରିବା ସମୟରେ ଟ୍ରେନ ଧକ୍କାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାମିଲନାଡୁରେ ଥିବା ତାଙ୍କ ସମ୍ପର୍କୀୟ ଭାଇ ସେଠାରେ ନବିଙ୍କର ଅନ୍ତିମ ସଂସ୍କାର କରିଥିଲେ। ଗାଁରେ ଏବେ ଶୋକାକୂଳ ପରିବେଶ। ଖବର ପାଇ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଗାଁରେ ପହଞ୍ଚତ୍ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଶ୍ରମ ବିଭାଗ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ରାଇଘର ବ୍ଲକରେ ଦାଦନ ସମସ୍ୟା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ ଏଠାକାର ଯୁବପିଢି ନାନା ସମସ୍ୟାରେ ଗତିକରି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଦାଦନ ଚାଲାଣ ହ୍ରାସ ପାଉନାହିଁ। ରାଜ୍ୟ ସରକାର ଏହା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Share