ତାମିଲନାଡ଼ୁରେ ଦାଦନଙ୍କ ମୃତ୍ୟୁ

କୋଷାଗୁମୁଡ଼ା,୧୭।୭(ପ୍ରସାଦ ବିଷୋୟୀ): ଗାଁରେ ମିଳିଲାନି କାମ। ତେଣୁ ୪ମାସ ହେଲା ସ୍ତ୍ରୀ ଓ ମା’ଙ୍କୁ ଛାଡି ପରିବାରର ପ୍ରତିପୋଷଣ ପାଇଁ ତାମିଲନାଡୁ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ ବଡ଼ ଆଟିଗାଁ ପଞ୍ଚାୟତ ସଦର ଗାଁର କୃଷ୍ଣ ହରିଜନ(୨୨)। ସେଠାରେ କିନ୍ତୁ ରବିବାର କୃଷ୍ଣଙ୍କର ମୃତ୍ୟୁ ଘଟିଛି। ଏହି ଖବରପାଇ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।
ମା’ ତୁଳା ହରିଜନ ଓ ସ୍ତ୍ରୀଙ୍କୁ ନେଇ କୃଷ୍ଣଙ୍କ ପରିବାର। ଗାଁରେ କାମ ନ ପାଇ ୪ ମାସ ପୂର୍ବେ କୃଷ୍ଣ ସାଙ୍ଗସାଥୀଙ୍କ ସହ ତାମିଲନାଡୁ ଯାଇଥିଲେ। ସେ ତ୍ରିପୁରା ଜିଲା ଅବିନାଶୀର ଏକ ଘରୋଇ ମିଲରେ ବସ୍ତା ସିଲେଇ କାମ କରୁଥିଲେ। ୩ଦିନ ପୂର୍ବେ ହଠାତ କୃଷ୍ଣ ଅସୁସ୍ଥ ହୋଇ ପଡ଼ିଥିଲେ। ପାଖରେ ଥିବା ସାଙ୍ଗମାନେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ରାତିରେ କୃଷ୍ଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ଖବରପାଇ କୃଷ୍ଣଙ୍କ ଘରେ ଓ ଗାଁରେ କାନ୍ଦବୋବାଳି ପଡ଼ିଛି। ମୃତକଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ମୃତଦେହକୁ ଗ୍ରାମକୁ ଫେରାଇ ଆଣିବା ନେଇ ଗ୍ରାମବାସୀ ଜିଲାପ୍ରଶାସନକୁ ଅବଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ପୁଣି ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା, ନ୍ୟାୟ ପାଇଁ ଧାରଣାରେ ବସିଲେ ଗ୍ରାମବାସୀ

ତେନ୍ତୁଳିଖୁଣ୍ଟି,୧୮ା୯(ଚିଦାନନ୍ଦ ସାହୁ) : ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟା ଗାଁରେ ପୁଣି ଲଜ୍ଜା। ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା...

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା: ସହାୟତା ରାଶି ଘୋଷଣା କଲେ ବିଧାୟକ

ନବରଙ୍ଗପୁର,୧୮।୯(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଂଚାୟତ ସଦର ମହକୁମାରେ ଏକ ସ୍ପର୍ଶକାତର ଘଟଣା ଘଟିଛି। ଗାଁ ଉପକଣ୍ଠରେ ଥିବା ଏକ ଟାୱାର...

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା: ଆନ୍ଦୋଳନ ଚେତାବନୀ ଦେଲେ ପ୍ରଦୀପ ମାଝୀ

ନବରଙ୍ଗପୁର,୧୮।୯: ନବରଙ୍ଗପୁର କଣ୍ଟାଗାଁରେ ନାବାଳିକାଙ୍କୁ ହତ୍ୟା ଅଭିଯୋଗ ଘଟଣାରେ ଚାପା ଉତ୍ତେଜନା ଦେଖାଦେଇଛି। ଘଟଣାରେ ଜଡିତ ଦୋଷୀଙ୍କୁ ନ ଧରିବା ଯାଏ ମୃତଦେହ ଛାଡିବୁ ନାହିଁ...

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା! ବୁଦା ମୂଳରୁ ମିଳିଲା ମୃତଦେହ

ନବରଙ୍ଗପୁର,୧୮।୯(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ସଦର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ଏକ ମୋବାଇଲ ଟାୱାର ପାଖରେ ଥିବା ବୁଦା...

ନମ୍ବର ବିହୀନ ଗାଡ଼ିର ପିଛା କରି ମୋଷ୍ଟ ଓ୍ବାଣ୍ଟେଡ୍‌ ଭୁବନଙ୍କୁ ଧରିଲା ପୋଲିସ 

ନବରଙ୍ଗପୁର,୧୬।୯(ସଦାଶିବ ପ୍ରହରାଜ): ହତ୍ୟା, ଡକାୟତି ଭଳି ଘଟଣାରେ ସମ୍ପୃକ୍ତ ଜଣେ ମୋଷ୍ଟ ୱାଣ୍ଟେଡ୍‌ଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ...

ନବରଙ୍ଗପୁର ହଇଜା ଆତଙ୍କ: ୩ରେ ପହଁଚିଲା ମୃତ୍ୟୁ ସଂଖ୍ୟା, ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ଝରିଗାଁ,୯।୯: ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚେପ୍ଟିଆମ୍ବା ଗ୍ରାମରେ ଆତଙ୍କ ସୃଷ୍ଟି କରିଛି ହଇଜା। ଝରିଗାଁ ଏବଂ ନବରଙ୍ଗପୁରରୁ ଡାକ୍ତରୀ ଟିମ୍ ଚେପ୍ଟିଆମ୍ବା ପହଞ୍ଚିଛନ୍ତି। ଚେପ୍ଟିଆମ୍ବାରେ...

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ମୁଲଚାଲବେଳେ ମାଡିବସିଲା ବନବିଭାଗ

ନବରଙ୍ଗପୁର,୩।୯(ସଦାଶିବ ପ୍ରହରାଜ): ନବରଙ୍ଗପୁର କୋଡଙ୍ଗା ବନାଞ୍ଚଳ ଅଧନସ୍ଥ ବାଗିନୀ ଗ୍ରାମ ନିକଟରେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହାସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri