ମୁମ୍ବାଇ: ମୟାନଗରୀ ମୁମ୍ବାଇରେ ରବିବାର ଅନୁଷ୍ଠିତ ହୋଇଯାଇଛି ପ୍ରତିଷ୍ଠିତ ଦାଦା ସାହେବ ଫାଲକେ ଅନ୍ତରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ୨୦୨୨ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଆଶା ପାରେଖ, ଲାରା ଦତ୍ତା, ସିଦ୍ଧାର୍ଥ ମାଲହୋତ୍ରା ଓ କିୟାରା ଆଡଭାନୀଙ୍କ ସମେତ ବହୁ କଳାକାର ଯୋଗ ଦେଇଥିଲେ । ଫିଲ୍ମ ମହୋତ୍ସବରେ ପୁଷ୍ପାର ଜଲୱା ଦେଖିବାକୁ ମିଳିଥିଲା । ଏଥର ଶେରସାହାକୁ ସର୍ବଶ୍ରେଷ୍ଠ ଫିଲ୍ମ ଆୱାର୍ଡ ମିଳିଥିବା ବେଳେ ରଣବୀର ସିଂଙ୍କୁ ବେଷ୍ଟ ଆକ୍ଟର ଓ କ୍ରିତି ସାନନଙ୍କୁ ବେଷ୍ଟ ଆକ୍ଟ୍ରେସ୍ ଆୱାର୍ଡ ମିଳିଛି ।
ମୁମ୍ବାଇର ତାଜ ଲ୍ୟାଡସ୍ ଏଣ୍ଡରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଭିନେତା ଆହନ ସେଟ୍ଟି, ସତିଶ କୌଶିକ ଓ ସନ୍ୟା ମାଲହୋତ୍ରା ବି ସାମିଲ ହୋଇଥିଲେ । ଲକି ଅଲି ତାଙ୍କର ସଦାବାହାର ଗୀତ ‘ଓ ସନମ’ରେ ଚମତ୍କାର ପରଫରମାନ୍ସ ଦେଇଥିଲେ । ଆଶା ପାରେଖଙ୍କୁ ଫିଲ୍ମ ଉଦ୍ଦ୍ୟୋଗରେ ସର୍ବୋତ୍କୃଷ୍ଟ ଅବଦାନ ପାଇଁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନୀତ କରାଯାଇଛି । ସେହିପରି ରଣବୀର ସିଂଙ୍କୁ ଫିଲ୍ମ ‘୮୩’ ପାଇଁ ବେଷ୍ଟ ଆକ୍ଟର ଓ କ୍ରିତି ସାନନଙ୍କୁ ଫିଲ୍ମ ‘ମିମି’ ପାଇଁ ବେଷ୍ଟ୍ର ଆକ୍ଟ୍ରେସ୍ ଆୱାର୍ଡ ମିଳିଛି ।