ଟିଭିରେ ସମସ୍ତଙ୍କୁ ହସାଉଥିବା ଭାରତୀ ସିଂଙ୍କ ବ୍ୟକ୍ତିଗତ ଜୀବନ ବେଶ୍ ସଂଘର୍ଷମୟ। ନିକଟରେ ସେ ପିଲାଦିନର ଯନ୍ତ୍ରଣା ବିଷୟରେ ବର୍ଣ୍ଣନା କରିଥିଲେ। କୁହାଯାଏ ଯେ ବାପ-ଝିଅଙ୍କ ସମ୍ପର୍କ ଅତ୍ୟନ୍ତ ସ୍ବତନ୍ତ୍ର, କିନ୍ତୁ ହାସ୍ୟ ଅଭିନେତ୍ରୀ ଭାରତୀଙ୍କ କ୍ଷେତ୍ରରେ ଏହା ଟିକେ ଭିନ୍ନ। ପିଲାଦିନରୁ ସେ ବାପାଙ୍କ ସ୍ନେହ ପାଇ ନଥିଲେ। ବଡ ହୋଇ, ଭାଇ ବାପାଙ୍କ ଭୂମିକା ନେବେ ବୋଲି ସେ ଭାବିଥିଲେ। କିନ୍ତୁ ସେଥିରେ ନିରାଶା ରହିଥିଲା। ତାଙ୍କ ଜୀବନରେ କେବଳ ମା’ ହିଁ ସବୁକିଛି। ତାଙ୍କୁ ମାତ୍ର ବର୍ଷେ ହୋଇଥିବାବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା। ତେଣୁ ସେ ବାପାଙ୍କ ସ୍ନେହ ପାଇ ପାରିଲେ ନାହିଁ। ଏହି କାରଣରୁ ତାଙ୍କ ଘରେ ବାପାଙ୍କ ଗୋଟିଏ ବି ଫଟୋ ନାହିଁ ଏବଂ ଭାରତୀ ଏହାକୁ ରଖିବାକୁ ମଧ୍ୟ ଅନୁମତି ଦିଅନ୍ତି ନାହିଁ। ଏକ ସାକ୍ଷାତକାରରେ ଭାରତୀ କହିଛନ୍ତି ଯେ, ଯେତେବେଳେ ସେ ତାଙ୍କ ସ୍ବାମୀଙ୍କଠାରୁ ପ୍ରେମ ପାଇଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ଜଣେ ପୁଅ ଭଲ ପାଇବା କେତେ ଗଭୀର ବୋଲି ଭାରତୀ କହିଛନ୍ତି।