ପାଟଣା,୬।୯(ସ୍ବ.ପ୍ର.): ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କେନ୍ଦୁଝର ଜିଲା ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରୀକ୍ଷା ଫଳ ୭୫ ପ୍ରତିଶତ ହୋଇଛି। ୧୪୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୨ ଜଣ ପାସ କରି ଛନ୍ତି। ଉକ୍ତ ମହାବିଦ୍ୟାଳୟର ଛାତ୍ରୀ ଦୀପ୍ତିମୟୀ ମହାରଣା ସର୍ବୋଚ୍ଚ ୪୬୪ ନମ୍ବର ରଖି ଟପ୍ପର ହୋଇଛନ୍ତି। ସେ ଚାଷୀ ବିଭୂତି ଭୂଷଣଙ୍କ ଝିଅ ଅଟନ୍ତି।
ଅନୁରୂପ ଭାବେ ପାଟଣା ମୁଖ୍ୟାଳୟ ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ରୀ ଇପ୍ସିତା ମିଶ୍ର ୪୪୩ ନମ୍ବର ରଖି ମହାବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।