Advertisement
Categories: ଜାତୀୟ

ଦହି ହାଣ୍ଡି ଭଙ୍ଗା ଉତ୍ସବ, ୨୨୨ ଆହତ…

ମୁମ୍ବାଇ, ୨୦।୮ : ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମାଷ୍ଟମୀ ପାଳନ ଅବସରରେ ଅନୁଷ୍ଠିତ ହୋଇଥିବା ଦହି ହାଣ୍ଡି ଙଙ୍ଗା ଉତ୍ସବରେ ୨୨୨ ଜଣ ପ୍ରତିଯୋଗୀ ଆହତ ହୋଇଛନ୍ତି। ଠାଣେ ସହରରେ ୬୪ ଜଣ ପ୍ରତିଯୋଗୀ ଆହତ ହୋଇଥିବା କୁହାଯାଉଛି।

ଅଧିକାଂଶ ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୨୩ ଜଣ ପ୍ରତିଯୋଗୀଙ୍କର ଚିକିତ୍ସା ଜାରି ରହିଛି। ଅଧିକାରୀମାନେ କହିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସହର ଠାଣେରେ ମୋଟ ୬୪ ଆହତଙ୍କ ମଧ୍ୟରୁ ୧୨ ଜଣଙ୍କ ଚିକିତ୍ସା ହସ୍ପିଟାଲରେ ଜାରି ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share