Categories: ଜାତୀୟ

ଦୁଇବର୍ଷ ପରେ ମୁମ୍ବାଇରେ ପାଳନ ହେବ ଦହି ହାଣ୍ଡି, ମୁଖ୍ୟମନ୍ତ୍ରୀ କହିଲେ ସାହସିକ ଖେଳ

ମୁମ୍ବାଇ,୧୯ ।୮: ଦେଶର ଅଧିକାଂଶ ଭାଗରେ ଶୁକ୍ରବାର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ କରାଯାଉଛି । ଏମିତିତ ସାରା ଦେଶରେ ଜନ୍ମାଷ୍ଟମୀକୁ ଖୁବ ଧୁମଧାମରେ ପାଳନ କରାଯାଇଥାଏ । ହେଲେ ମୁମ୍ବାଇରେ ଏହି ଉତ୍ସବ ପାଳନର ବିଧି ଟିକେ ଅଲଗା । ଜନ୍ମାଷ୍ଟମୀ ଅବସରରେ ମୁମ୍ବାଇ ଓ ଏହାର ପାଖ ସହରରେ ଦହି ହାଣ୍ଡି ଉତ୍ସବ ପାଳନ କରାଯାଇଥାଏ ।
ଦୀର୍ଘ ୨ ବର୍ଷ ପରେ ଚଳିତ ବର୍ଷ ମୁମ୍ବାଇରେ ‘ଗୋବିନ୍ଦା ଆଲାରେ ଆଲା’ ଗୁଞ୍ଜରଣ ଶୁଣିବାକୁ ମିଳିବ । କାରଣ ହେଉଛି କରୋନା ମହାମାରୀ ଯୋଗୁ ଦୀର୍ଘ ଦୁଇ ବର୍ଷ ହେବ ଏହି ଉତ୍ସବ ପାଳନ ହୋଇ ପାରୁ ନ ଥିଲା । ମୁମ୍ବାଇରେ ପାଳନ କରାଯାଉଥିବା ଏହି ସାହସିକ ଖେଳପାଇଁ ବହୁ ଦିନରୁ ଅଭ୍ୟାସ କରାଯାଇଥାଏ ।
ମହାରାଷ୍ଟ୍ରରେ ଦହି ହାଣ୍ଡି ଖେଳକୁ ଏବେ ସାହସିକତା ଖେଳର ମାନ୍ୟତା ମିଳିଛି । ଗୁରୁବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନେ୍ଦ ଦହି ହାଣ୍ଡି ଖେଳକୁ ସାହସିକତା ଖେଳର ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

Share