ଆମେରିକା-ଫ୍ରାନ୍ସରେ କମୁଛି ଦୈନିକ ସଂକ୍ରମଣ

ୱାଶିଂଟନ/ବ୍ରୁସେଲ୍ସ,୨୫ ।୧: ସାରାବିଶ୍ୱରେ କରୋନାର ତାଣ୍ଡବ ଲାଗି ରହିଥିବା ବେଳେ ଏହାକୁ ହରାଇବା ଲାଗି ବିଭିନ୍ନ କଟକଣାମାନ ଲଗାଯାଉଛି । ବ୍ରୁସେଲ୍ସରେ କରୋନା ଓ ଏହାର ନୂଆ ଭାରିଏଣ୍ଟ ଓମିକ୍ରନଠାରୁ ଦୂରେଇ ରହିବାକୁ ବିଭିନ୍ନ ପ୍ରକାର କଟକଣା ଲଗାଯାଇଛି । ହେଲେ ଏହାକୁ ବିରୋଧ କହି ରାସ୍ତାକୁ ଓହ୍ଲାଇଛନ୍ତି ସାଧାରଣ ଜନତା । ଏହାକୁ ନେଇ ହୋଇଥିବା ହିଂସାରେ ୩ ପୋଲିସ ଓ ୧୨ ପ୍ରଦର୍ଶନକାରୀ ଆହତ ହୋଇଥିବା ସୂଚନା ମିଳିଛି । ଇତିମଧ୍ୟରେ ସାରା ବିଶ୍ୱରେ ୨୨.୨୭ ଲକ୍ଷ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆମେରିକା ଓ ଫ୍ରାନ୍ସରେ ସଂକ୍ରମଣ କିଛି ପରିମାଣରେ କମ୍ ହୋଇଥିବା ଦେଖାଯାଇଛି ।
ସାରା ବିଶ୍ୱରେ ଗୋଟିଏ ଦିନରେ ୪,୮୩୧ ଜଣଙ୍କ କରୋନା ମହାମାରୀରେ ମୃତ୍ୟୁ ହୋଇଥିବା ବେଳେ, ଆମେରିକାରେ ଗୋଟିଏ ଦିନରେ ସର୍ବାଧିକ ୫୭୪ ଓ ଫ୍ରାନ୍ସରେ ୧୧୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଆମେରିକାରେ ଗୋଟିଏ ଦିନରେ ୧.୯୭ ଲକ୍ଷ ନୂଆ ସକ୍ରମିତ ଓ ଫ୍ରାନ୍ସରେ ଗୋଟିଏ ଦିନରେ ୩ ଲକ୍ଷ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ପୂର୍ବାପେକ୍ଷା ଏହା କମ୍ ବୋଲି କୁହାଯାଉଛି ।

Share