ଭୁବନେଶ୍ୱର,୨୯।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଆଜି ରାଜ୍ୟରେ ୨,୬୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧୭ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୧୨୩ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୬ ହଜାର ୪୨୯ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱର ଜିଲାରୁ ସର୍ବାଧିକ ୩୯୭ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୮୯, ବରଗଡ଼ରୁ ୨୧, ଭଦ୍ରକରୁ ୧୨୮, ବଲାଙ୍ଗୀରରୁ ୧୧, ବୌଦ୍ଧରୁ ୧୯, କଟକରୁ ୨୬୬, ଦେବଗଡ଼ରୁ ୪, ଢେଙ୍କାନାଳରୁ ୬୭, ଗଜପତିରୁ ୧୮, ଗଞ୍ଜାମରୁ ୧୭, ଜଗତ୍ସିଂହପୁରରୁ ୧୩୨ ଯାଜପୁରରୁ ୧୬୨, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୨୦, କନ୍ଧମାଳରୁ ୧୫, କେନ୍ଦ୍ରାପଡ଼ାରୁ ୫୫, କେନ୍ଦୁଝରରୁ ୭୦ ଆକ୍ରାନ୍ତ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୬୫ କୋରାପୁଟରୁ ୬୧, ମାଲକାନଗିରିରୁ ୬୪, ମୟୂରଭଞ୍ଜରୁ ୧୫୫, ନବରଙ୍ଗପୁରରୁ ୨୦ , ନୟାଗଡ଼ରୁ ୯୨, ନୂଆପଡ଼ାରୁ ୮, ପୁରୀରୁ ୧୭୮, ରାୟଗଡ଼ାରୁ ୪୯, ସମ୍ବଲପୁରରୁ ୨୩ ସୁବର୍ଣ୍ଣପୁରରୁ ୨୫ ଓ ସୁନ୍ଦରଗଡ଼ରୁ ୨୮ ଥିବା ବେଳେ ଷ୍ଟେଟ୍ ପୁଲ୍ରୁ ୭୩ ଅଛନ୍ତି।