ଦୈନିକ ମୃତ୍ୟୁ ସଂଖ୍ୟା ୧୦ ତଳେ…

ନୂଆଦିଲ୍ଲୀ, ୧୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪୭ ହଜାର ତଳେ ରହିଛି। କେରଳରେ ସତର୍କ ସୂଚନା ଜାରି କରାଯାଇଛି। ଏଠାରେ ଦୈନିକ ସଂକ୍ରମଣ ୧୭ ଶହ ଉପରେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୫ ହଜାର ତଳେ ରହିଛି। ଏହା ୪,୩୫୫ ରହିଛି। ଗୋଟିଏ ଦିନ ତଳେ ଏହା ୫,୨୧୭ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୦ ତଳେ ରହି ୬ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧୧ ଥିଲା। ଏହି ସମୟରେ ସକ୍ରିୟ ମାମଲା କମି ୪୬ ହଜାର ୩୪୭ ରେ ପହଞ୍ଚିଛି। ଗୋଟିଏ ଦିନତଳେ ଏହା ୪୭ ହଜାର ୧୭୬ ଥିଲା। ସେହିପରି ୨୪ ଘଣ୍ଟାରେ ୫ ହଜାର ୧୭୮ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୫ ହଜାର ୯୭୫ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୧୮୫ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୫ ଲକ୍ଷ ୪ ହଜାର ୯୪୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୯ ଲକ୍ଷ ୩୦ ହଜାର ୪୧୭ ଜଣ ସୁସ୍ଥ ହୋଇ ସାରିଛନ୍ତି।

ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।

Share