୫ ଶହ ଟପିଲା ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୧୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଦୈନିକ ମୃତ୍ୟୁ ସଂଖ୍ୟା ୫ ଶହ ଟପିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୧ ହଜାର ୮୫୦ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୫୫୫ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ୧୨ ହଜାର ୪୦୩ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୨୬ ପ୍ରତିଶତ ରହିଛି।

ଅପରପକ୍ଷରେ ସକ୍ରିୟ ମାମଲା ୧ ଲକ୍ଷ ୩୬ ହଜାର ୩୦୮ରହିଛି। ୨୭୪ ଦିନ ପରେ ଏହା ସର୍ବନିମ୍ନ ରହିଛି। ସାପ୍ତାହିକ ପଜିଟିଭ୍‌ ହାର ୧.୦୫ ପ୍ରତିଶତରୁ କମ୍‌ ରହିଛି। ଦୈନିକ ପଜିଟିଭିଟି ହାର ୦.୯୪ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୪୦ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୬୩ ହଜାର ୨୪୫ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୫ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୧୧୧ କୋଟି ୪୦ ଲକ୍ଷ ୪୮ ହଜାର ୧୩୪ ଜଣଙ୍କୁ ଟିକାଦାନ ସରିଛି।

ଗତ ୨୪ ଘଣ୍ଟାରେ ୫୮ ଲକ୍ଷ ୪୨ ହଜାର୫୩୦ ଜଣଙ୍କୁ ଟିକାଦାନ କରାଯାଇଛି। ସେହିପରି ଇତିମଧ୍ୟରେ ୬୨ କୋଟି ୨୩ ଲକ୍ଷ ୩୩ ହଜାର ୯୩୯ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟାରେ ୧୨ ଲକ୍ଷ ୬୬ ହଜାର ୫୮୯ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୮ ଲକ୍ଷ ୨୬ ହଜାର ୪୮୩ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି।

ସେହିପରି ୩ କୋଟି ୪୪ ଲକ୍ଷ ୨୬ ହଜାର ୩୬ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ବ୍ୟକ୍ତିଙ୍କ ଭୁଲ୍ ପାଇଁ ଚାଲିଯାଇଥିଲା ସିଡିଏସ ବିପିନ ରାୱତଙ୍କ ଜୀବନ: ରିପୋର୍ଟ

ନୂଆଦିଲ୍ଲୀ,୧୯।୧୨: ହେଲିକପ୍ଟର ଦୁର୍ଘଟଣାରେ ଚିଫ ଅଫ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁର ତିନିବର୍ଷ ପରେ ଆସିଛି ତାଙ୍କ ମୃତ୍ୟୁ ପଛର କାରଣ। ଏହି...

YouTube ରେ ଭ୍ରମାତ୍ମକ ଥମ୍ବନେଲ୍, ଟାଇଟଲ ଦେଲେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୯।୧୨: ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ବିଭ୍ରାନ୍ତିକର ଥମ୍ବନେଲ୍ କିମ୍ବା ଟାଇଟଲ୍ ଥିବା ଭିଡିଓ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥିର କରିଛି। ଏହା...

ଆତଙ୍କବାଦୀ ସଂଗଠନର ୮ ସଦସ୍ୟ ଗିରଫ

ଗୁଆହାଟୀ,୧୯ା୧୨: ବାଂଲାଦେଶୀ ଆତଙ୍କବାଦୀ ସଂଗଠନ ଅନସରୁଲ୍ଲା ବାଂଲା ଟିମ୍‌ (ଏବିଟି)ର ୮ ଜଣ ଅପରେଟିଭ୍‌ଙ୍କୁ ଆସାମ ପୋଲିସର ସ୍ବତନ୍ତ୍ର ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଗିରଫ କରିଛି। ୧୭...

ବଢିଲା ରାହୁଲଙ୍କ ଅଡୁଆ, ଭାଜପାର ଅଭିଯୋଗ ପରେ ମାମଲା ରୁଜୁ କଲା ପୋଲିସ

ନୂଆଦିଲ୍ଲୀ,୧୯।୧୨: ଲୋକ ସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ଅଡୁଆ ବଢିଲା। ଭାଜପାର ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ରାହୁଲଙ୍କ ବିରୋଧରେ ମାମଲା ରୁଜୁ କରିଛି।...

ବାଂଲାଦେଶ ବିରୋଧରେ କଟକଣା ଲଗାଇବାକୁ ଆମେରିକା ଆଇନ ପ୍ରଣେତାଙ୍କ ଦାବି

ଓ୍ବାଶିଂଟନ,୧୯ା୧୨: ବାଂଲାଦେଶରେ ମାନବାଧିକାର ଉଲ୍ଲଂଘନ ସଙ୍କଟ ବଢ଼ୁଥିବାରୁ ଏହି ଦେଶ ବିରୋଧରେ ନିର୍ଦ୍ଦିଷ୍ଟ କଟକଣା ଲଗାଇବାକୁ ଆମେରିକା ଆଇନ ପ୍ରଣେତା ସଦସ୍ୟମାନେ ଦାବି କରିଛନ୍ତି। ଏହି...

ବିବାହର ପ୍ରଥମ ରାତିରେ ନବବଧୂ ସ୍ବାମୀଙ୍କୁ ମାଗିଲେ ବିୟର, ଗଞ୍ଜେଇ, ଆଉ ତା’ପରେ…

ସାହାରନପୁର,୧୯।୧୨: ଉତ୍ତରପ୍ରଦେଶ ସାହାରନପୁରର ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍‌ନାକୁ ଆସିଛି। ବିବାହର ପ୍ରଥମ ରାତିରେ ନବବଧୂ ସ୍ବାମୀଙ୍କୁ ବିୟର, ଗଞ୍ଜେଇ ସହ ଖାସି ମାଂସ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ପାର୍ଲାମେଣ୍ଟ ଷ୍ଟ୍ରିଟ୍‌ ଥାନାରେ ପହଞ୍ଚିଲା ଠେଲାପେଲା କାଣ୍ଡ, ଜାଣନ୍ତୁ କେଉଁ କେଉଁ ଧାରାରେ ପଞ୍ଜିକୃତ ହେଲା ଅଭିଯୋଗ…

ନୂଆଦିଲ୍ଲୀ,୧୯।୧୨: ସଂସଦରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଗୁରୁବାର ହୋଇଥିବା ମୁହାଁମୁହିଁ ସ୍ଥିତିକୁ ନେଇ ରାଜନୀତି ସରଗରମ ରହିଛି। ଘଟଣାକୁ ନେଇ ଉଭୟ ଦଳର ପ୍ରତିନିଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri