ନୂଆଦିଲ୍ଲୀ, ୧୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୨୭ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମି ୩ ହଜାର ତଳେ ରହିଛି। ଏହା ୨,୩୮୫ରହିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୦ ତଳେ ରହିଛି। ଏହା ୫ ରହିଛି। ଗୋଟିଏ ଦିନ ତଳେ ଏହା ୮ ଥିଲା।
ଏହି ସମୟରେ ସକ୍ରିୟ ମାମଲା କମି ୨୬ ହଜାର ୬୨୫ରେ ପହଞ୍ଚିଛି। ଗୋଟିଏ ଦିନତଳେ ଏହା ୨୬ ହଜାର ୬୧୮ଥିଲା। ସେହିପରି ୨୪ ଘଣ୍ଟାରେ ୨ ହଜାର ୩୭୩ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୨ ହଜାର ୩୭୮ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୮୯୫ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୨୮ ହଜାର ୮୨୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୦ ଲକ୍ଷ ୭୩ ହଜାର ୩୦୮ ଜଣ ସୁସ୍ଥ ହୋଇ ସାରିଛନ୍ତି।