Type your search query and hit enter:
Homepage
Rasifala
Categories:
Rasifala
ରାଶିଫଳ: ଶନିବାର, ଡିସେମ୍ବର ୩୧ ତାରିଖ – Daily Horoscope
2 years ago
ମେଷ
ଆଜି ଦିନଟି ହସ, ଖୁସି ଓ ଆନନ୍ଦ ମଧ୍ୟରେ ଅତିବାହିତ ହେବ। ଆଜିର ପ୍ରତ୍ୟୁଷ ଯାତ୍ରା,ମାଙ୍ଗଳିକ କାମରେ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁନ୍ଦର ଓ ସୁମଧୁର ହୋଇ ଉଠିବ। ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଲାଭ କରିବେ। ରହିଯାଇଥିବା କାମକୁ ପୂରା ଦମ୍ରେ କରିବାପାଇଁ ନିଷ୍ପତ୍ତି ନେବେ।
ବୃଷ
ଅଟକି ରହିଥିବା କାମ ସମ୍ପନ୍ନ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାକୁ ଅନ୍ୟମାନେ ସହି ନ ପାରି ଭିନ୍ନ ପ୍ରକାର ମନ୍ତବ୍ୟ ଦେଇପାରନ୍ତି। ସବୁଥିରେ ଆଗୁଆ ରହି କାମ କରିବା ହେତୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ। ବନ୍ଧୁଙ୍କଠାରୁ ହଠାତ୍ ନିମନ୍ତ୍ରଣ ପାଇ ଯାତ୍ରା କରିବାକୁ ପଡିପାରେ।
ମିଥୁନ
ଆଜି ଯେତିକି ପାଇବେ ପ୍ରତିଦାନରେ ଅଧିକ ଖର୍ଚ୍ଚ କରିବାକୁ ପଡିବ। ଅନ୍ୟମାନଙ୍କ ଫୁସୁଲା ଫୁସୁଲି କଥାରେ ଭାସିଯାଇ ଯେଉଁ କାମ କରିବେ। ନିକଟ ସମ୍ପର୍କୀୟମାନେ ଆପଣଙ୍କ ସାହାଯ୍ୟ ଲୋଡ଼ିପାରନ୍ତି। ଆନୁଷ୍ଠାନିକ କାମରେ କେବଳ ବେଠି ଖଟିବା ବ୍ୟତୀତ କିଛି ଲାଭ ହେବନି।
କର୍କଟ
ବନ୍ଧୁଙ୍କ କଥାକୁ ଭାଙ୍ଗି ନ ପାରି କୌଣସି କାମରେ ନିଜକୁ ହଜାଇଦେବେ। ନିଜଲୋକ କେହି ହଇରାଣ କରିବାକୁ ଚେଷ୍ଟା କରି ବିଫଳ ହେବେ। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ସୂଚକ ପଦୁଟିଏ କଥା ଶୁଣିବାକୁ ମିଳିବ ନାହିଁ। ପରିବହନରେ ଅଭିଯୋଗ ଆସିପାରେ। ଘରୋଇ କଥାରେ କିଛି ମତ ପାର୍ଥକ୍ୟ ସୃଷ୍ଟି ହେବ।
ସି˚ହ
ବିଫଳ ଚିନ୍ତାଧାରା ମନକୁ ବେଶି ବିବ୍ରତ କରିପାରିବ ନାହିଁ। ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି। ପରିସ୍ଥିତି ବଶତଃ ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟବାଧକତାରେ ଦୂରସ୍ଥାନକୁ ଯିବାକୁ ପଡିବ। ପୃଷ୍ଠପୋଷକତା ଅଭାବରୁ କାମଗୁଡିକ ସୁବିଧାରେ ହେବା କଷ୍ଟକର ହୋଇପଡିବ।
କନ୍ୟା
ଆଜି ଫେରିବା ବେଳକୁ ଯିବା ସମୟର ଆନନ୍ଦ ଆଉ ନ ଥିବ। ଅନ୍ୟମାନଙ୍କଠାରୁ ଶୁଖିଲା ଉପଦେଶ ଶୁଣି ମନରେ ବିରକ୍ତି ଆସିବ। ଶତ୍ରୁମାନେ ପଛରେ ନାନାଦି କଥା କହିପାରନ୍ତି। ରୋଗୀଣା ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବ, ବିଶେଷତଃ ଖାଦ୍ୟପେୟରେ ସତର୍କ ରୁହନ୍ତୁ। ବ୍ୟବସାୟ କ୍ଷେତ୍ରରେ ଠକାମିରେ ପଡିପାରନ୍ତି।
ତୁଳା
କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଆଜି ଦିନଟିରେ ମାତ୍ରାଧିକ ଭ୍ରମଣ ଯୋଗୁ ସାୟାହ୍ନରେ କ୍ଳାନ୍ତି ଅନୁଭବ କରିବେ। କଳା, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ମସ୍ଗୁଲ ରହିବେ। ନିଜ ପରିବାରର ଲୋକମାନଙ୍କ ସହ ଦୂରଯାତ୍ରା କରିବାକୁ ପଡିପାରେ।
ବିଛା
ସୁସମ୍ପର୍କ ଅଭାବରୁ ଅନ୍ୟମାନେ କ୍ରମଶଃ ଦୂରେଇ ରହୁଥିବାର ଅନୁଭବ କରିବେ। କଳା, ସାହିତ୍ୟ ଓ ବନ୍ଧୁମିଳନ କ୍ଷେତ୍ରରେ ବେଶ୍ ଆଦୃତ ହେବେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କିଛି କାମ ହାସଲ କରିବା ସକାଶେ ବହୁତ ଟଙ୍କା ଖର୍ଚ୍ଚକରି ଦୁଃଖିତ ହୋଇପାରନ୍ତି।
ଧନୁ
ଅପ୍ରିୟସତ୍ୟ ଭାଷଣଜନିତ ମତାନ୍ତରର ଆଶଙ୍କା ରହିଛି। ଭାଙ୍ଗି ପଡିଥିବା ସମ୍ପର୍କକୁ ପୁଣି ଯୋଡିବା ସକାଶେ ଚେଷ୍ଟା କରି ମଧ୍ୟ କିଛି ଲାଭ ପାଇବେ ନାହିଁ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଉନ୍ନତି କରିବେ। ଦୀର୍ଘଦିନରୁ ଭିତରେ ଭିତରେ କୁହୁଳୁଥିବା ପାରିବାରିିକ ସମସ୍ୟାର ସରଳ ସମାଧାନ କରିବେ।
ମକର
ଆଜି ଆପଣ କଅଁଳ କଥା କହି ପରକୁ ଆପଣାର କରିପାରିବେ। ପ୍ରଶଂସା ଓ ପ୍ରୋତ୍ସାହନ ପାଇ ନିଜର ଭାବାବେଗକୁ ରୋକି ପାରିବେ ନାହିଁ। ଆଜିର ରାହୁକାଳରେ ଭଲ ସମ୍ପର୍କ ଥିବା ବନ୍ଧୁଟି ବେଳକାଳ ଉଣ୍ଡି ଅସୁବିଧାରେ ପକାଇପାରନ୍ତି। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ, ମାତ୍ର ବହୁତ କଷ୍ଟ ସହିବାକୁ ପଡିପାରେ।
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ସଂଯମ ରକ୍ଷା ନ କଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି। ଗତକାଲିର କୌଣସି ଘଟଣାକୁ ନେଇ ଆଜି ମନଟା ଭାରାକ୍ରାନ୍ତ ରହିବ। ସବୁ କାମ ନିରୁତ୍ସାହିତ ଭାବେ କରିବେ କିନ୍ତୁ କୌଣସିଥିରେ ଆନ୍ତରିକତା ରହିବ ନାହିଁ। ଶାରୀରିକ ଅସୁସ୍ଥତା ମଧ୍ୟ ଏହାର ଏକ କାରଣ ହୋଇପାରେ।
ମୀନ
ଆଜିର କାମରେ ଶେଷ ସମୟ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଲେ ନିଶ୍ଚିତ ଉଦ୍ଦେଶ୍ୟ ପୂରଣ ହୋଇପାରିବ। କିନ୍ତୁ ଭାବିଚିନ୍ତି କାମ ନ କଲେ ପାରିବାରିକ ପ୍ରତିରୋଧ କେତେକ କାମକୁ ବିଶୃଙ୍ଖଳିତ କରିପାରେ। ବନ୍ଧୁଙ୍କ ସହ ଏକ ମାମୁଲି ଘଟଣାରେ ମଧ୍ୟାହ୍ନରେ ଉଚ୍ଚବାଚ ଘଟିବାର ଆଶଙ୍କା ରହିଛି। ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍ ଠିକ୍ ହୋଇଯିବ।
Subscribe to updates
Unsubscribe from updates
Share
2 years ago
Related Post
ରାଶିଫଳ: ରବିବାର, ମାର୍ଚ୍ଚ ୨୪ ତାରିଖ – Daily Horoscope
ରାଶିଫଳ: ରବିବାର, ମାର୍ଚ୍ଚ ୨୩ ତାରିଖ – Daily Horoscope
ରାଶିଫଳ: ଶନିବାର , ମାର୍ଚ୍ଚ ୨୨ ତାରିଖ – Daily Horoscope
ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୧ ତାରିଖ – Daily Horoscope
ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୦ ତାରିଖ – Daily Horoscope
ରାଶିଫଳ: ବୁଧବାର, ମାର୍ଚ୍ଚ ୧୯ ତାରିଖ – Daily Horoscope
ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୮ ତାରିଖ – Daily Horoscope
ରାଶିଫଳ: ସୋମବାର, ମାର୍ଚ୍ଚ ୧୭ ତାରିଖ – Daily Horoscope
ରାଶିଫଳ: ରବିବାର, ମାର୍ଚ୍ଚ ୧୬ ତାରିଖ – Daily Horoscope
ରାଶିଫଳ: ଶନିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope
L