Posted inRasifala

ରାଶିଫଳ: ଶନିବାର , ଏପ୍ରିଲ ୮ ତାରିଖ – Daily Horoscope

ମେଷ
କୌଣସି କଥାକୁ ଠିକ୍‌ ଭାବରେ ନ ବୁଝି ଅଯଥା ବିରକ୍ତ ହୋଇପାରନ୍ତି। ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ପରିବହନରେ ଝଗଡ଼ାର ଆଶଙ୍କା କିନ୍ତୁ ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ। ନୂତନ ଯାନ୍ତ୍ରିକ ଜିନିଷ କିମ୍ବା ଗୃହୋପକରଣ କ୍ରୟକରିବା ପାଇଁ ମନ ବଳିବ।
ବୃଷ
ବୃଷ
ପାରସ୍ପରିକ ବୁଝାମଣା ମଧ୍ୟରେ ପରିବାରରେ ଶାନ୍ତି ଫେରି ଆସିବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ କେହିଜଣେ ପ୍ରତିବାଦର ସ୍ବର ଉଠାଇ କାମରେ ବିଘ୍ନ ଘଟାଇ ପାରନ୍ତି। କେତେକ କ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ। ଆନୁଷ୍ଠାନିକ କାମରେ ପ୍ରିୟ ବନ୍ଧୁଙ୍କ ଅନୁପସ୍ଥିତିରେ ଅଶାନ୍ତିବୋଧ କରିପାରନ୍ତି।
ମିଥୁନ
ମିଥୁନ
ଆପଣ କୌଣସି ବନ୍ଧୁଙ୍କ ସହ ମତାନ୍ତର ହେତୁକ ଅଶାନ୍ତି ରହିପାରନ୍ତି। ପାରିବାରିକ କ୍ଷେତ୍ରରେ ମଧ୍ୟ ସନ୍ଦେହ ଓ ବୁଝାମଣାର ଅଭାବ ମାନସିକ ଅଶାନ୍ତିର କାରଣ ହେବ। ଆଜି ଖର୍ଚ୍ଚାନ୍ତ ହେବେ ସିନା, ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇବାକୁ ପଡିପାରେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ଘଟିବ। ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେ ନାହିଁ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଉପର ଅଧିକାରୀଙ୍କ ଦ୍ୱାରା ମାନସିକ ଚାପ ବୃଦ୍ଧି ପାଇବ। ଅଧିକାଂଶ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇପାରେ। କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ସମସ୍ୟା ସମାଧାନ କରିବାକୁ ଯାଇ ଶୃଙ୍ଖଳାକୁ ପ୍ରାଧାନ୍ୟ ଦେବେ।
କନ୍ୟା
ଟେନ୍ସନ ଲାଗିରହିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ବନ୍ଧୁ ଗହଣରେ ସଂଯମତା ରକ୍ଷା ନ କଲେ ବିବାଦୀୟ ହୋଇପଡିବେ। କଳା, ସାହିତ୍ୟ, କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ। ଦୀର୍ଘଦିନରୁ ସନ୍ଧାନ ପାଉ ନ ଥିବା ତଥା ଖୋଜୁଥିବା ଜିନିଷ ହଠାତ୍‌ ପାଇପାରନ୍ତି।
ତୁଳା
ତୁଳା
ସବୁ ଥାଇ ମଧ୍ୟ ହାତ ଖାଲି ରହିବା କାରଣରୁ ଅଭାବବୋଧ ଲାଗିରହିବ। ଫେରନ୍ତା ବାଟରେ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ଉପର ଅଧିକାରୀଙ୍କ ସମ୍ମୁଖରେ ନିଜର ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ସହକର୍ମୀଙ୍କ କୃତ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ।
ବିଛା
ବିଛା
ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ମନରେ ଭାବାନ୍ତର ସୃଷ୍ଟିହେବ। ଅବଶ୍ୟ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କୌଣସି ବନ୍ଧୁଙ୍କୁ ଘରକଥା କହି ମନରେ ବିଶ୍ୱାସ ହେଲା ଭଳି କାମ କରିପାରନ୍ତି। ଭୂମି, ନିର୍ମାଣାଧୀନ କାର୍ଯ୍ୟ, ଗାଡିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ମନକୁ ଆସିବ।
ଧନୁ
ଧନୁ
ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବା ସକାଶେ ବହୁତ ହଇରାଣ ହେବାକୁ ପଡ଼ିବ। ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ଆକସ୍ମିକ ଭାବରେ ଆମୋଦ ପ୍ରମୋଦର ମଉକା ଜୁଟିବ। ପଡ଼ୋଶୀଙ୍କ ସାହାଯ୍ୟ ହେତୁ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡ଼ିପାରେ।
ମକର
ମକର
ସାଙ୍ଗସାଥୀ, ପଡ଼ୋଶୀ ତଥା ସମ୍ପର୍କୀୟଙ୍କ ସହ ମିତ୍ରତା ବୃଦ୍ଧି ଘଟିବ। କର୍ମକ୍ଷେତ୍ରରେ ମନ ଦେଇ କାମକଲେ ସମସ୍ୟାର ସରଳ ସମାଧାନ ହେବ। କୌଣସି ମୂଲ୍ୟବାନ୍‌ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ପାରିବାରିକ ପ୍ରତିକୂଳ ପରିସ୍ଥିତି ଯୋଗୁ ମାନସିକ ଭାରସାମ୍ୟ ହରାଇବେ।
କୁମ୍ଭ
କୁମ୍ଭ
ଆଲୋଚନା ପରିସରରେ ସତ୍ୟ ପ୍ରକାଶ କରି ବନ୍ଧୁମାନଙ୍କ ବିରାଗ ଭାଜନ ହେବେ। ଯାତ୍ରା ସମୟରେ ଅନ୍ୟମନସ୍କ କାରଣରୁ ହାତ, ପାଦରେ ଆଘାତ ଲାଗିବାର ଆଶଙ୍କା ରହିଛି। ସହକର୍ମୀ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି, ଯାହାକି କେତେକ ଅସୁବିଧାଜନକ ସ୍ଥିତି ସୃଷ୍ଟି କରିବ।
ମୀନମୀନ
ବିଭିନ୍ନ ପାରିବାରିକ ସମସ୍ୟା ମଧ୍ୟରେ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ। ନିଜର ସମ୍ପର୍କୀୟ ବ୍ୟକ୍ତିଙ୍କ ବିରୁଦ୍ଧାଚରଣ କେତେକ ନୂତନ ସମସ୍ୟାକୁ ଜନ୍ମ ଦେଇପାରେ। କେତେକ କ୍ଷେତ୍ରରେ ବାରମ୍ବାର ଅସଫଳ ହେବା କାରଣରୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ବ୍ୟବସାୟ,ବାଣିଜ୍ୟ ଓ କଳା ସାହିତ୍ୟ, ଆଲୋଚନା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri