Posted inRasifala

ରାଶିଫଳ: ଶୁକ୍ରବାର ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ
ଆପଣ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ। ଆର୍ଥିକ ସ୍ଥିତିର ପରିବର୍ତ୍ତନ ସକାଶେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ନିୟନ୍ତ୍ରଣ କରିବେ। ବାଣିଜ୍ୟ, ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ। ଚୁ-ନାମାକ୍ଷର ବ୍ୟକ୍ତିମାନଙ୍କୁ କଳା ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ରାଦି କ୍ଷେତ୍ରରୁ ସୁଫଳ ମିଳିବ।
ବୃଷ
ବୃଷ
ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ। କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ବି-ନାମାକ୍ଷର ବ୍ୟକ୍ତିମାନେ ପରକଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃ ବିବାଦ ଦେଖାଦେଇପାରେ।
ମିଥୁନ
ମିଥୁନ
ଯେକୌଣସି କ୍ଷେତ୍ରରେ ହେଉନା କାହିଁକି, ତରବରିଆ ପଦକ୍ଷେପ ନେଲେ ହଇରାଣ ହେବେ। ଘ-ନାମାକ୍ଷର ବ୍ୟକ୍ତିଙ୍କ ସକାଶେ ଖଳପ୍ରକୃତି ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି। ବ୍ୟବସାୟରେ ଅଂଶୀଦାରମାନେ କାର୍ଯ୍ୟ ହାସଲ କରିନେବେ। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ଟେନସନ୍‌ ଲାଗିରହିବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟା ସୁଧାରି ନେବେ। ନିଜର ପ୍ରତିକୂଳ ଚିନ୍ତାଧାରାକୁ ଅବଲୋକନ କରି ସାମୟିକ ଦୁଃଖ ଅନୁଭବ କରିବେ। ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ। ହେ-ନାମାକ୍ଷର ବ୍ୟକ୍ତିମାନଙ୍କର ବ୍ୟବସାୟ, ବାଣିଜ୍ୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ସି˚ହ
ସି˚ହ
ସାମାଜିକ ସ୍ତରରେ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ମି-ନାମାକ୍ଷର ବ୍ୟକ୍ତିଙ୍କ ପାଇଁ ଦୀର୍ଘ ଦିନରୁ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। କୌଶଳ ଖଟାଇ କାର୍ଯ୍ୟ ହାସଲ ପାଇଁ ଚେଷ୍ଟିତ ହେବେ ଓ ଲକ୍ଷ୍ୟ ହାସଲ କରିପାରିବେ। କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ।
କନ୍ୟା
ପରିବାରର ସମସ୍ୟା ସମ୍ପର୍କରେ ଦୁର୍ଭାବନା ବଢ଼ିଚାଲିବ। ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେନାହିଁ। କୌତୁକିଆ କଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ନୂତନ କର୍ମାରମ୍ଭ ସକାଶେ ପରିବାରରୁ ପ୍ରତିରୋଧର ସମ୍ଭାବନା ରହିଛି। ପୂ-ନାମାକ୍ଷର ବ୍ୟକ୍ତି କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ।
ତୁଳା
ତୁଳା
ଛୋଟ ଘଟଣାକୁ କେନ୍ଦ୍ରକରି ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ। ତ-ନାମାକ୍ଷର ବ୍ୟକ୍ତି ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବାଜନିତ ମାନସିକ ବ୍ୟଗ୍ରତା ସୃଷ୍ଟି ହୋଇପାରେ। ବନ୍ଧୁମାନଙ୍କ ପ୍ରରୋଚନାରେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିପାରନ୍ତି।
ବିଛା
ବିଛା
ନି-ନାମାକ୍ଷର ବ୍ୟକ୍ତି ସାମୟିକ କ୍ରନିକ୍‌ ରୋଗରେ କଷ୍ଟ ପାଇବେ। ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍‌ ଠିକ୍‌ ହୋଇଯିବ। ସାହିତ୍ୟ ଚର୍ଚ୍ଚା, ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଆଜି ଯାତ୍ରା ସମୟରେ କୌଣସି ବ୍ୟକ୍ତିଠାରୁ ଯଥେଷ୍ଟ ସହାୟତା ପାଇବେ।
ଧନୁ
ଧନୁ
ଭି-ନାମାକ୍ଷରବ୍ୟକ୍ତିମାନଙ୍କର ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ନୂତନ ଯୋଜନା ଗୁଡ଼ିକୁ ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ। ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିଲେ ମଧ୍ୟ କାମଗୁଡ଼ିକ ଶୃଙ୍ଖଳିତ ହେବନାହିଁ। ବାଦବିବାଦ କ୍ରମେ ଜଟିଳ ହେବ ଓ ସଫଳତା ହାସଲ କରିବେ।
ମକର
ମକର
ମାନସିକ ସ୍ତରରେ ପୂର୍ଣ୍ଣ ପ୍ରସ୍ତୁତି ଭରି ରହିଥିଲେ ମଧ୍ୟ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ। ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନ ହେବା କ୍ଷେତ୍ରରେ କେତେକ ନୂତନ ସମସ୍ୟା ଉଙ୍କି ମାରିପାରେ। ଉପରିସ୍ଥ କର୍ମଚାରୀଙ୍କୁ କିଛି କହିବା ପାଇଁ ମନସ୍ଥ କରିଥିଲେ ମଧ୍ୟ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ।
କୁମ୍ଭ
କୁମ୍ଭ
ମନରେ ଅସୀମ ଧୈର୍ଯ୍ୟ ଓ ସାହସ ଥିଲେ ମଧ୍ୟ କାର୍ଯ୍ୟ ସାଧନ ସମୟକୁ ସବୁ ବିଗିଡି ଯିବ। ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ। ଗୋ-ନାମାକ୍ଷର ବ୍ୟକ୍ତିଙ୍କର ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।
ମୀନମୀନ

ଧ୍ୟୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିବେ। ଦିନ ସାରା ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବେ। ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ଦ-ନାମାକ୍ଷର ବ୍ୟକ୍ତିଙ୍କ ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri